32.9 C
Balāngīr
Saturday, July 12, 2025

ଡାଇରିଆ ଡ଼ର ଯାଇନି ଏପଟେ ରାଜଧାନୀରେ ମାଡ଼ିଲାଣି ଜଣ୍ଡିସ୍‌; ୫୦ ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ସ୍ୱାସ୍ଥ୍ୟବିଭାଗ

Must read

ଭୁବନେଶ୍ୱର, (୧୯/୦୬) : ଆପ୍ର. : ରାଜ୍ୟରେ ଏବେ ଚାରିଆଡେ ଡାଇରିଆ ମାଡ଼ିବାରେ ଲାଗିଛି । ଏହାରି ଭିତରେ ଏବେ ରାଜଧାନୀରେ ଜଣ୍ଡିସ୍ ବ୍ୟାପିବା ଚିନ୍ତାର କାରଣ ପାଲଟିଛି ।

ବିଶେଷ କରି ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍ କଲୋନି ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି । ଇ.ଏ କଲୋନି, ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ପ୍ରାୟ ୫୦ ଛୁଇଁଥିବାବେଳେ ଏକାଧିକ ରୋଗୀ ସୁସ୍ଥ ହୋଇଛନ୍ତି ।

ଦୂଷିତ ପାଣି ପିଇ ଜଣ୍ଡିସ୍ ବ୍ୟାପୁଥିବା ଖବର ମିଳିବା ପରେ ଗତ ୨ ଦିନ ତଳେ ସଂକ୍ରମିତ ଅଞ୍ଚଳରୁ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା ଏବଂ ନମୂନାରୁ ଜଣ୍ଡିସ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ହେଲେ ଏ ନେଇ ସରକାରୀ କିମ୍ବା ବିଏମ୍ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବଡ଼ଗଡ଼ ବ୍ରିଟ୍ ଇଏ କଲୋନି ପାଣିରେ ଜଣ୍ଡିସ୍ ଭୂତାଣୁ ମିଳିଛି। ବ୍ରିଟ୍ କଲୋନୀରୁ ବିଏମ୍ସି ଓ ୱାଟକୋ ପକ୍ଷରୁ ସଂଗ୍ରହ ହୋଇଥିବା ସବୁ ଜଳ ନମୁନା କୋଇଲା ଭଳି କଳା ପାଲଟି ଯାଇଛି। ପାଇପ ପାଣି ଅତି ପ୍ରଦୂଷିତ। ତେଣୁ ସେ ପାଣି ବ୍ୟବହାର କରିବାକୁ ୱାଟକୋ କର୍ତ୍ତୃପକ୍ଷ କଲୋନି ଲୋକଙ୍କୁ ବାରଣ କରିଛନ୍ତି । ତା’ ବଦଳରେ ବିଶୁଦ୍ଧ ପିଇବା ପାଣି ଟ୍ୟାଙ୍କର ପଠାଇବେ ବୋଲି କହିଛନ୍ତି । ଲୋକେ ବ୍ୟବହାର କରୁଥିବା ପାଣିରେ ଜଣ୍ଡିସ ଭୂତାଣୁ ଥିବା ପ୍ରମାଣିତ ହୋଇଛି। ଫଳରେ ଲୋକେ ଆତଙ୍କରେ ଟ୍ୟାପ୍ ପାଣି ବ୍ୟବହାର କରିବା ଛାଡ଼ି ଦେଇଛନ୍ତି। ଆକ୍ରାନ୍ତ ଲୋକଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି।

 

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...