ରାୟଗଡା, (୦୩/୦୭) : ଆପ୍ର. : ଡାଇରିଆ ର ମୁକାବିଲା ପାଇଁ ସଜାଗ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ।
ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ଝାଡା ବାନ୍ତି ବା ଡାଇରିଆ ଦେଖା ଦେଇଥିବା ବେଳେ ସମ୍ଭାବ୍ୟ ଡାଇରିଆ ର ମୁକାବିଲା କରିବା ପାଇଁ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଡାଇରିଆ କୁ ନେଇ ଜିଲ୍ଲାବାସୀ କୌଣସି ଗୁଜବ କିମ୍ବା ସୋସିଆଲ ମିଡିଆ ରେ ଆସୁଥିବା ସୂଚନା ରେ ଭୟଭୀତ କିମ୍ବା ଆତଙ୍କିତ ନହୋଇ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀ ବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
“ବ୍ୟାପକ ସତର୍କତା ର ଅବଲମ୍ବନ ସହିତ ମାଛି ବସା, ପଚାସଢା ଓ ବାସୀ ଖାଦ୍ଯ ଖାଆନ୍ତୁ ନାହିଂ, ଦୂଷିତ ନଳକୂପ ପାଣି ପିଅନ୍ତୁ ନାହିଂ, ପାଣି କୁ ଫୁଟାଇ ପିଅନ୍ତୁ, 6 ମାସ ର କମ ଶିଶୁଙ୍କୁ ମା କ୍ଷୀର ବ୍ୟତିତ ଅନ୍ୟ କୌଣସି ବାହାର ଖାଦ୍ଯ ଦିଅନ୍ତୁ ନାହିଂ” ବୋଲି ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ଯାଣ) ଡାକ୍ତର ମମତା ସାହୁ ଜିଲ୍ଲା ବାସୀ ଙ୍କୁ ନିବେଦନ କରିଛନ୍ତି।
ଚଳିତ ବର୍ଷ ଜୁନ ମାସରେ ଡାଇରିଆ ର ପ୍ରାକ ମୁକାବିଲା ଓ ପ୍ରତିରୋଧ ପାଇଁ ପ୍ରତି ଘର କୁ ଦୁଇଟି କରି ଓଆରଏସ ପକେଟ ବଣ୍ଟା ଯାଇଥିବା ବେଳେ ପାଞ୍ଚ ବର୍ଷ ରୁ କମ ପିଲା ଥିବା ଘରକୁ ଅତିରିକ୍ତ ଗୋଟିଏ ପକେଟ ଓଆରଏସ ଓ ଦୁଇଟି ଜିଙ୍କ ବଟିକା ପ୍ରଦାନ କରାଯାଇଛି। ବିଗତ ବର୍ଷରେ ଡାଇରିଆ ରେ ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡିକ ସହିତ ଓ ଚଳିତ ବର୍ଷ ରେ ଚିହ୍ନଟ ହୋଇଥିବା ସମ୍ଭାବ୍ୟ ସଂବେଦନଶୀଳ ଅଞ୍ଚଳ ଗୁଡିକ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଭାବେ ଦ୍ରୁଷ୍ଟି ଦିଆଯାଉଛି । ଗୋଷ୍ଠୀ ସ୍ତରରେ କିପରି ଡାଇରିଆ ର ସଂକ୍ରମଣ କୁ ପ୍ରତିରୋଧ କରଯାଇ ପାରିବ ସେଥିପାଇଁ ଉନ୍ନତ ପରିମଳ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ପରିଷ୍କାର ପରିଚ୍ଛନତା, ହାତ ଧୁଆ ଅଭ୍ଯାସ ଓଆରଏସ ର ବ୍ୟବହାର ଭଳି ପ୍ରସଙ୍ଗ ଉପରେ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ବେଛାସେବୀ ମାନେ ଘର ଘର ବୁଲି ପରାମର୍ଶ ଦେଉଛନ୍ତି ।
ଏହା ସହିତ ଗାଁ ଗହଳିରେ ଥିବା ସ୍ୱାସ୍ଥ୍ୟ କାନ୍ଥ ରେ ଡାଇରିଆ କୁ ନେଇ ସଚେତନତା ଓ ଚିକିତ୍ସା ର ସୂଚନା ପ୍ରଦାନ କରାଯାଇଛି। ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଓଆରଏସ (ଓରାଲ ରିହାଇଡ୍ରେସନ ସଲ୍ଯୁସନ ବା ପୁନଃ ଜଳଯୋଜନ ଦ୍ରବଣ) କୋଣ ପ୍ରତିଷ୍ଠା କରାଯାଇଛି ଏବଂ ଏଠାରେ ଓଆରଏସ ବ୍ୟବହାର ଓ ସ୍ବଚ୍ଛତା ସମ୍ଭଧୀୟ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ପାଖାପାଖି ୨ ଲକ୍ଷ ୮୮ ହଜାର ୪୮୦ ପକେଟ ଓଟିଆରଏସ ଓ ୫ ଲକ୍ଷ ୭୩ ହଜାର ୧୨୦ ଜିଙ୍କ ଟାବ୍ଲେଟ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରଦାନ କରାଯାଇଛି । ଏବଂ ନିୟମିତ ବ୍ୟବଧାନ ରେ ସମସ୍ତ କୁଅ ଓ ନଳକୂପ ଗୁଡିକୁ କ୍ଳୋରିନେସନ ବା ବିଶୁଦ୍ଧିକରଣ କରଯାଉଛି ।
“ସଚେତନ ରହିଲେ ଓ ସ୍ବଚ୍ଛତା ଅବଲମ୍ବନ କଲେ ଡାଇରିଆ କୁ ପ୍ରତିହତ କରଯାଇପାରିବ । ଏହା ସହିତ ପ୍ରତିଷେଧକ ପଦକ୍ଷେପ ଭାବରେ ବିଭିନ୍ନ ଅଞ୍ଚଳ ରୁ ୧୧୨ଟି ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରଯାଇଛି, ତେବେ ଏହି ଜଳ ନମୁନା ରେ ଡାଇରିଆ କିମ୍ବା ହଇଜା ର କୌଣସି ସଙ୍କେତ ମିଳିନାହିଁ। ସେଇଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହେଉଥିବା ସମସ୍ତ ରୋଗୀଙ୍କର ଝାଡା ପରୀକ୍ଷା କରଯାଉଛି, ତେବେ ଏଥିରେ ମଧ୍ୟ ହଇଜା ର କୌଣସି ଲକ୍ଷଣ ମିଳି ନାହିଂ” ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜୀନ ଦେବୀ କହିଛନ୍ତି ।
ଏହା ସହିତ ତୁରନ୍ତ ପରିସ୍ଥିତି ର ମୁକାବିଲା କରିବା ପାଇଁ ପ୍ରସ୍ତୁତ ପୂର୍ବକ ଆବଶ୍ୟକୀୟ ଔଷଧ ଓ ଅନ୍ଯାନ୍ଯ ଦରକାରୀ ସାମଗ୍ରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଆଶା କର୍ମୀଙ୍କ ନିକଟ ରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇଛି। ପ୍ରାକ ପ୍ରସ୍ତୁତି ଓ ତ୍ଵରିତ ପଦକ୍ଷେପ ର ନିରୀକ୍ଷଣ କରିବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ତ୍ଵରିତ ପଦକ୍ଷେପ ଦଳ ବା ରାପିଡ଼ ରେସପନ୍ସ ଟୀମ ଗଠନ କରା ଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।