32.9 C
Balāngīr
Sunday, April 20, 2025

ଡାକ୍ତରଖାନା ବନାମ ଡକାୟତ ଖାନା, ଶବ ବ୍ୟବଚ୍ଛେଦ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଆଦାୟ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୧/୦୨) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା କୁ ଗୁରୁତ୍ବ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି,ଏପରିକି କୋଟି, କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆସୁଛି ।

ବିଡମ୍ବନା ର ବିଷୟ ଯେ ସରକାରି ଅଧିକାରୀ ତଥା ରାଜନେତା ତଥା ଡବଲ, ଇଞ୍ଜିନ ସରକାର କେବଳ କାଗଜ କଲମରେ ସବୁ ସୀମିତ ରଖି ନିଜସ୍ଵ ସ୍ବାର୍ଥ ହାସଲ କରିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରକାଶ ଯେ,କେବିକେ ତାଲିକା ଭୁକ୍ତ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ କୌଣସି ବିଶେଷଜ୍ଞ ଡାକ୍ତର ନାହାନ୍ତି । ଲୋକେ ବାଧ୍ୟ ହୋଇ ଚିକିତ୍ସା ଅଭାବରୁ ଅକାଳ ମୃତ୍ୟୁ ଲାଗି ରହିଛି । ଏହି ତିତିଲାଗ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଅଧିନସ୍ତ ମାତୃ ଓ ଶିଶୁ ଡାକ୍ତରଖାନା ରେ ଜଣେ ମାତ୍ର ବିଶେଷଜ୍ଞ ଡାକ୍ତର ନିଯୁକ୍ତ ଅଛନ୍ତି ।

ଅପର ପକ୍ଷରେ ଏହି ଡାକ୍ତର ଖାନା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଦୀପ ନାଏକ ଜାଣି,ଶୁଣି ମନୋମୁଖୀ କାର୍ଯ୍ୟ ଚଳାଇବା ନିଜେ ନିଜ ବାସ ଭବନ ରେ କ୍ଲିନିକ୍ କରି ବେସରକାରୀ ଭାବେ କ୍ଲିନିକ୍ କରି ବ୍ୟସ୍ତ ରହିବା ଯୋଗୁଁ କର୍ମଚାରୀ ଓ ଜନ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହୋଇଛି । ଜଣେ କର୍ମଚାରୀ ଙ୍କ ଘର ଭଡ଼ା ବାବଦ କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିବା ଲିଖିତ ଅଭିଯୋଗ ହୋଇଛି । ଅଲେଖ ଜେନା ନାମକ ଜଣେ କର୍ମଚାରୀ ଙ୍କୁ ବିନା କାରଣ ରେ ଏଭଳି ହଇରାଣ ସହ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ କରି ପାଞ୍ଚ, ଛଅ ମାସ ହେଲା ବିନା ଦରମାରେ କାର୍ଯ୍ୟ କରି ଆସୁଛନ୍ତି । କର୍ମଚାରୀ ଙ୍କ ଦରମା ଜାଣି, ଶୁଣି ବନ୍ଦ କରିଦେଇ ଥିବା ବେଳେ ସେ ନେଇ ସେ ଉପରୁ ଟଙ୍କା ନ ଆସିବା ପ୍ରକାଶ କରିଛନ୍ତି ।

ହେଲେ ଏ ନେଇ ସେ କୌଣସି ଲିଖିତ ଆବେଦନ କରି ନ ଥିବା ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ସେହି ଭଳି ଏହି ଉପଖଣ୍ଡ ଚିକିତ୍ସାଳୟ ରେ ଜଣେ ବ୍ୟକ୍ତି ପାଣି ରେ ବୁଡି ଶୋଚନୀୟ ମୃତ୍ୟୁ ବରଣ କରିଥିବା ବେଳେ,ତାଙ୍କ ପରିବାର ଲୋକେ ଡାକ୍ତର ଙ୍କ ଦାବି ମୁତାବକ ୨୦ ହଜାର ଟଙ୍କା ପ୍ରଦାନ ସହ ସ୍ବର୍ଗ ରଥ ରେ ଉକ୍ତ ଶବ ନେବା ଆଣିବା ନେଇ ଚାରି ହଜାର ଟଙ୍କା ନେଇ ଥିଲେ । ସେହିପରି ଡାକ୍ତର ଖାନା ରେ କିଛି ଡାକ୍ତର,କର୍ମଚାରୀ ଖୋଲା, ଖୋଲି ଭାବେ ଟଙ୍କା ଆଦାୟ କରିବା ସହ ହଇରାଣ , ହରକତ ର ଶିକାର ହୋଇ ଆସୁ ଥିବା ବେଳେ ତୁରନ୍ତ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବାକୁ ଡାକ ଯୋଗେ ପତ୍ର ପ୍ରେରଣ ସହ ଟିଟିଲାଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...