ସୁବର୍ଣ୍ଣପୁର, (୨୨/୦୩) : ଆ.ପ୍ର. : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଡାଳଡବା ଠାରେ ଥିବା ଜେଆରପି କନଷ୍ଟ୍ରକସନ ସମ୍ମୁଖରେ ଜେସିବି ଚାଲକ ସଙ୍ଘ୍ ପକ୍ଷରୁ ଚିନ୍ମୟ ସ୍ୱାଇଁଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l
କୌଣସି ସମାଧାନ ନ ହେବାରୁ ପୁଣି ଏସପି ଅଫିସ ଘେରାଉ କରିଥିବା ଜଣାପଡିଛି l ସୂଚନା ଅନୁସାରେ ଚିନ୍ମୟ ୧୫ ଦିନ ପୂର୍ବରୁ ଜେଆରପି ଠିକା ସଂସ୍ଥାରେ କାମ କରୁଥିଲେ l ସେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଦପଳା ଠାରେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ l ସେଠାରୁ ଛଡ, ସିମେଣ୍ଟ ଚୋରି ହୋଇଥିଲା l ଗତ ୧୬ ତାରିଖ ଚିନ୍ମୟକୁ ଛଡ, ସିମେଣ୍ଟ ଚୋରି କରିଥିବା ସନ୍ଦେହ କରି ଠିକା ସଂସ୍ଥାର ମାଲିକ ଙ୍କ ପୁଅ ଆକାଶ ପୂଝାରୀ,ତାଙ୍କ ସୁରକ୍ଷା କର୍ମୀ ଓ ଗାଡି ଡ୍ରାଇଭର କାରରେ ଆଣି ଏକ ଘର ଭିତରେ ଭର୍ତି କରିଥିଲେ l ସେଠାରେ ନିସ୍ତୁକ ମାଡ ମାରି ନିର୍ଯାତନା ଦେବା ସହ ଦେହରେ ଗରମ ପାଣି ଢାଳି ଦେଇଥିଲେ l ଫଳରେ ଚିନ୍ମୟଙ୍କ ଶରୀର ଅଧା ଭାଗ ପୋଡି ଯାଇଥିଲା l ହେଲେ ତାଙ୍କୁ ଚିକିତ୍ସା କରିବା ବଦଳରେ ତାଲା ପକାଇ ଘର ଭିତରେ ରଖିଦେଇଥିଲେ l ଖବର ପାଇଁ ତାଙ୍କ ପରିବାର ଲୋକେ ଗତ ୧୯ ତାରିଖ ଦିନ ଚିନ୍ମୟୀକୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତର ଖାନାରେ ଭର୍ତି କରିଥିଲେ l ଏନେଇ ଚିନ୍ମୟ ବିରାମହରାଜପୁର ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ l
ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା l ସେହି ଦିନ ଘଟଣାରେ ସମ୍ପୃକ୍ତ ଆକାଶଙ୍କ ସୁରକ୍ଷା କର୍ମୀ ଦିନେଶ ବେହେରାଙ୍କୁ ପୁଳିସ ଗିରଫ କରି କୋର୍ଟ ଚାଲାଣ କରିଥିଲା l ତେବେ ଆଜି ପଶ୍ଚିମ ଓଡିଶା ଜେସିବି ଡ୍ରାଇଭର ସଙ୍ଘ ଏବଂ ଗାଡି ଡ୍ରାଇଭର ସଙ୍ଘ ମିଳିତ ଭାବରେ ଜେଆରପି କନଷ୍ଟ୍ରକସନ ସମ୍ମୁଖରେ। ଚିନ୍ମୟ ଙ୍କୁ ନ୍ୟାୟ ଦାବିରେ ବିକ୍ଷୋପ ପ୍ରଦର୍ଶନ କରିଥିଲେ l ସେଠାରେ ମାଲିକର ପୁଅ ଆକାଶଙ୍କୁ ଗିରଫ ସହ ଗୁରୁତର ଚିନ୍ମୟଙ୍କ ସମସ୍ତ ଚିକିତ୍ସା ସହାୟତା ପାଇଁ ଦାବି କରିଥିଲେ l ତେବେ ଆଜି ପୁଲିସ ଘଟଣାରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ଡ୍ରାଇଭର ଜଗବନ୍ଧୁ ପଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l