ରିପୋର୍ଟ : ସୁଭାସିସ ନାୟକ
ଅନୁଗୁଳ,(୨୫/୧୧) : ନିଶାରେ ଫସୁଛନ୍ତି ଶିଶୁ । ଡେ଼ଣ୍ଡରାଇଟ୍ ନିଶା କବଳରେ ବାୟା କୁନି କୁନି କୋମଳମତି ଶିଶୁ । କିଏ ରୁମାଲରେ ଡେ଼ଣ୍ଡରାଇଟ୍ ପକାଇ ଶୁଙ୍ଘୁଛି ତ କିଏ ପଲିଥିନ୍ ରେ ଭର୍ତ୍ତି କରି ନିଶା ଭାବେ ଗ୍ରହଣ କରୁଛନ୍ତି ।
ଏଭଳି ଚିତ୍ର ଆସିଛି ଅନୁଗୁଳ ର ସଦର ମହକୁମା ରୁ । ଡେ଼ଣ୍ଡରାଇଟ୍ ନିଶା କବଳରେ ଶିଶୁ | ଏହା ଏପରି ଏକ ନିଶା ଯାହାକୁ ଥରେ ସେବନ କଲେ ବାରମ୍ବାର ସେବନ କରିବାକୁ ଇଚ୍ଛା ହୁଏ । ସହଜରେ ଛାଡ଼ି ହୁଏନି ଏହି ନିଶା । ଡେ଼ଣ୍ଡରାଇଟ୍ ଅଠା ପାଇଁ ବ୍ୟବହାର ହୋଇଥାଏ ।
କିନ୍ତୁ ବର୍ତ୍ତମାନ ଅନୁଗୁଳ ସହରରେ କିଛି ଶିଶୁ ଏହାକୁ ନିଶା ଭାବରେ ବ୍ୟବହାର କରୁଛନ୍ତି । ବାପା ମାଆ କାମରେ ଘରୁ ବାହାରି ଯିବା ପରେ ଏମାନେ ବଜାର ବୁଲି ଲୋକଙ୍କ ପାଖରୁ ଟଙ୍କା ମାଗୁଛନ୍ତି । ପରେ ସେହି ଟଙ୍କାରେ ବଜାରରେ ବିକ୍ରି ହେଉଥିବା ଡେ଼ଣ୍ଡରାଇଟ୍ ଅଠା କୁ ୩୫ ଟଙ୍କା ଦେଇ କିଣି ନିଶା ଭାବେ ବ୍ୟବହାର କରୁଛନ୍ତି ।
ଏହାକୁ ଗ୍ରହଣ କରିବା ପରେ ଆଖି ଲାଲ ହେବା ସହ କିଛି ସମୟ ପାଇଁ ସେମାନଙ୍କ ହୋସ ରହୁନାହିଁ । ପୁଣି କିିଛି ସମୟ ପରେ ଆସୁଛି ହୋସ । ଶିଶୁମାନେ ଡେ଼ଣ୍ଡରାଇଟ୍ ନିଶା ସେବନ କରୁଥିବା ନେଇ ପ୍ରଶାସନ ପାଖରେ କୈାଣସି ଖବର ନାହିଁ ବୋଲି କହିଛନ୍ତି ଅନୁଗୁଳ ଶିଶୁ ସୁରକ୍ଷା ଅଧିକାରୀ ।