ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଙ୍କୀ, (୦୨/୦୩) : ବୈଦେଶ୍ଵର ଥାନା ପୁଇଁଚା ଗାଁରେ ସିରିଜ୍ ଲୁଟ୍ । ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ସାମ୍ନାକୁ ଆସିଛି ।
ଗାଁରେ ଡ୍ରାମା ଚାଲିଥିବାବେଳେ ଘରେ କେହି ନଥିବାର ସୁଯୋଗ ନେଇ ୫ ଜଣଙ୍କ ଦୁର୍ବୃତ୍ତ ଘରେ ପଶିଥିଲେ। ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।