ସୁବର୍ଣ୍ଣପୁର, (୦୧/୦୭) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ୬ କୁଇଣ୍ଟାଲ ଗଂଜେଇ ସହ ବ୍ୟବହୃତ ଗାଡି ଜବତ କରିଛି ।
ଘଟଣାରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା ର କଣ୍ଟାମାଲ ଅଞ୍ଚଳରୁ ତରଭା ଦେଇ ବାହାର ରାଜ୍ୟ କୁ ଚୋରା ଚାଲନ ବେଳେ ଖବର ପାଇ ତରଭା ପୁଲିସ ଗଂଜେଇ ବୋଝେଇ ଗାଡ଼ି କୁ ପିଛା କରିଥିଲେ ଫଳରେ ଗଂଜେଇ ନେଇ ଯାଉଥିବା ବୋଲେରୋ ମ୍ୟାକ୍ସ ପିକଅପର ଡ୍ରାଇଭର ଜଣକ ତରଭା ବଡ଼ବନ୍ଧ ନିକଟରେ ଗାଡ଼ି ଛାଡ଼ି ଫେରାର ମାରିଥିଲା । ଉକ୍ତ ଗାଡ଼ି କୁ ଯାଞ୍ଚ କଲାପରେ ଗାଡ଼ିରୁ ୬ କ୍ୱିଣ୍ଟାଲ ଗଂଜେଇ ବାହାରିଥିଲା । ପୁଲିସ ଗଂଜେଇ ସହ ଉକ୍ତ ଗାଡି କୁ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେରେ ଓଜନ କରିଥିଲେ । ପୁଲିସ ଏ ସମ୍ପର୍କ ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।