32.9 C
Balāngīr
Wednesday, April 30, 2025

ତରଭା ପୁଲିସ ର ସଫଳତା ୩ ଡକାୟତ ଗିରଫ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୨) : ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଏବଂ ମେଣ୍ଡା ଆଉଟ ପୋଷ୍ଟ ଅଞ୍ଚଳରେ ଡକାୟତ ମାନଙ୍କର ଉତ୍ପାତ ଓ ଲୁଟ ତରାଜ ନେଇ ଅଞ୍ଚଳ ବାସୀ କିଛିଦିନ ହେଲା ବେଶ ଭୟଭୀତ ଥିଲେ ।

ଏବେ ମେଣ୍ଡା ପୁଲିସ ଏକ ଡକାୟତ ଦଳକୁ ଧରିବାରେ ସଫଳ ହେବା ପରେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସର ଦକ୍ଷତା ବୃଦ୍ଧି ପାଇବା ସହ ଜନସାଧାରଣରେ ପୋଲିସ ପ୍ରଶଂସା ର ପାତ୍ର ହୋଇଛି । ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ବରଗାଁ ଦେଇ ରାଜପାଲି ଗ୍ରାମର ପୃଥ୍ୱୀରାଜ ସୁନା ଏକ ପିକଅପ ରେ ସାମଗ୍ରୀ ନେଇ ଫେରୁଥିବା ବେଳେ ଭୂଜାଲି ଦେଖାଇ ତିନି ଜଣ ଅଜଣା ବ୍ୟକ୍ତି ଲୁଟ କରିଥିଲେ । ଏହି ଡକାୟତି ଅଭିଯୋଗରେ ପୋଲିସ ୩ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଜି ତରଭା ଥାନା ଆଇଆଇସି ଅନିତା କିଡୋ ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଗତ ୩୧ ତାରିଖ ରାତିରେ କେକଟପାଲି ପ୍ରାଥମିକ ବିଦ୍ୟାଳୟ ପାଖରେ ୩ ଜଣ ଡକାୟତ ଭୁଜାଲି ଦେଖାଇ ହତ୍ୟା ଧକମ ଦେଇ ୨୦ ହଜାର ଟଙ୍କା ଏବଂ ଭିଭୋ-୧୯୨୦ ମୋବାଇଲ ଲୁଟି ନେଇଥିବା ପୃଥ୍ୱୀରାଜ ସୁନା ମେଣ୍ଡା ଆଉଟ ପୋଷ୍ଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ତରଭା ଥାନା ଆଇଆଇସି ଅନିତା କିଡୋଙ୍କ ନିର୍ଦେଶ ମତେ ମେଣ୍ଡା ଆଉଟ ପୋଷ୍ଟର ଏସଆଇ ରବୀନ୍ଦ୍ର ସାହୁ ଓ ତାଙ୍କ ଦଳ ଉକ୍ତ ଅଞ୍ଚଳରେ ଚଢ଼ାଉ ଜାରି ରଖିବା ସହ ଡକାୟତି ଅଭିଯୋଗରେ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପୁଆ ପଞ୍ଚାୟତ ଅନ୍ତର୍ଗତ ଟକର୍ଲା ଗ୍ରାମର ଜିତେନ୍ ବିଶି (୨୧) ନେପାଳ କୁଦେଇ(୩୦) ଏବଂ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଗଣ୍ଡlବାହାଲ ଗ୍ରାମର ବିନୋଦ ମେସୁଆ (୨୯ ) କୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ଠାରୁ ମୋବାଇଲ, ନଗଦ ୬୪୦୦ ଟଙ୍କା, ମଟର ସାଇକେଲ ଓଡି- ୩୧ଇ ୭୭୦୫ ଓ ଗୋଟିଏ ଭୁଜାଲି ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ।

ଏ ନେଇ ତରଭା ଥାନା କେସ ନମ୍ବର ୨୫/୦୧/୦୨/୨୦୨୫ୟୁ/ଏସ୍ ୩୦୯(୬)/୩୧୨ବିଏନ୍ ଏସ୍ ଆର୍ /ଡବ୍ଲୁ ସେକ୍ସନ୍ ୨୫/୨୭ ଅସ୍ତ୍ରଶସ୍ତ୍ର ଆଇନ ରେ ଏକ ମାମଲା ରୁଜୁ ହୋଇଥିବାର ସୂଚନା ଦିଆଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଅନିତା କିଡୋ, ଏସଆଇ ରବୀନ୍ଦ୍ର ସାହୁଙ୍କ ସହ ତରଭା ପୁଲିସର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...