32.9 C
Balāngīr
Wednesday, April 23, 2025

ତରଭା ର ବରିଷ୍ଠ ସାମ୍ବାଦିକ ଙ୍କୁ ସାକ୍ଷାତ କଲେ ଓଡ଼ିଶା ସାମ୍ୱାଦିକ ସଂଘ କର୍ମକର୍ତ୍ତା ଓ ସୁବର୍ଣ୍ଣପୁର ଏସପି

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୨) : ଏକ ଲମ୍ବା ସମୟଧରି ବରଗଡ଼ ବିକାଶ ହସ୍ପିଟାଲରେ ଫୁସ୍ ଫୁସ୍ ଜନିତ ରୋଗ ରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରି ନିଜ ଘରକୁ ଫେରିଥିବା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ୍ ରେ ପ୍ରମେୟ ରେ କାର୍ଯ୍ୟରତ ଥିବା ବରିଷ୍ଠ ସାମ୍ବାଦିକ ତଥା ଓଜେୟୁ ଜିଲ୍ଲା ଶାଖା ର ଉପଦେଷ୍ଟା ରାଜକୁମାର ମାହାଣାଙ୍କୁ ଭେଟି ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ବୁଝିଥିଲେ ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ର କର୍ମକର୍ତ୍ତା ।

ଏ ଅବସରରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଚିକିତ୍ସା ରେ ସହାୟତା ପାଇଁ ରାଜ କୁମାର ମାହାଣା ଙ୍କୁ ୧୦,୦୦୦ (ଦଶ ହଜାର) ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ଓ ଏକ ମାସ ଧରି ଡାକ୍ତର ଙ୍କ ପରାମର୍ଶ ରେ ଘରେ ବିଶ୍ରାମ ରେ ଥିବା ଶ୍ରୀ ମାହାଣା ଙ୍କ ଆରୋଗ୍ୟ କାମନା ସହ ସାମ୍ବାଦିକତା କାର୍ଯ୍ଯ ରେ ସକ୍ରିୟ ରହିବାକୁ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ଠାରେ ଶୁଭ କାମନା କରିଥିଲେ l

ସଂଘ ର ଉପଦେଷ୍ଟା ତଥା ତରଭା ର ବରିଷ୍ଠ ସାମ୍ବାଦିକ ମାନ ଭଞ୍ଜନ ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ, କପିଳାସ ସେଠ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ସଂପାଦକ ମହାଦେବ ମଲ୍ଲିକ, ଉପ ସଭାପତି ଵିବେକା ନନ୍ଦ ମିଶ୍ର, ରତନ ପଟ୍ଟନାୟକ, ସୋନପୁର ର ଯୁବ ସାମ୍ୱାଦିକ ସୁଭାଷ ଚନ୍ଦ୍ର ପଣ୍ଡା, ତରଭା ର ଯୁବ ସାମ୍ୱାଦିକ କୁମାର ମହନ୍ତ ପ୍ରମୁଖ ଯୋଗ ଦେଇ ଶ୍ରୀ ମାହାଣା ଙ୍କୁ ସାକ୍ଷାତ କରି ଉତ୍ସାହିତ କରିଥିଲେ ।

ସେହିପରି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ସାମ୍ବାଦିକ ଶ୍ରୀ ମହାଣାଙ୍କ ଘରକୁଯାଇ ସାକ୍ଷାତ କରିବା ସହ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ସାହୁ ଏହି ଅବସରରେ ପ୍ରଶାସନ ପକ୍ଷରୁ ମାହାଣାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ନିମନ୍ତେ ପ୍ରତିଶ୍ରୁତି ଦେବାସହ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବ୍ୟକ୍ତିଗତ ଭାବରେ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...