ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୧୦/୦୮) : ପୁରୁଷୋତ୍ତମପୁର ଏନଏସି ରେ ଥିବା ତାରା ତାରିଣୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ର ପ୍ରଥମ ଓ ଦୂତୀୟ ୟୁନିଟ ତରଫରୁ ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରରେ ଅଗଷ୍ଟ କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଏକ ରାଲି ମହାବିଦ୍ୟାଳୟ ପରିସରରୁ ବାହାରି ବିଜ୍ଞାପିତ ଅଞ୍ଚଳ ବଜାର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ଞ୍ଜଳୀ ଜ୍ଞାପନକରାଯାଇଥିଲା । ଏହାପରେ ୟୁନିଟ ଏକ ତରଫରୁ ପୁଅ ମାନଙ୍କୁ ନିଆଯାଇ ମହାବିଦ୍ୟାଳୟ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ସ୍ବେଛାସେବୀ ମାନଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧକ୍ଷ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ପରିଚାଳନା ପରିଷଦ ର ସଭାପତି ଶ୍ରୀ ବାସୁଦେବ ମହାପାତ୍ର, ପୋଗ୍ରାମ ଅଫିସରଶ୍ରୀମତୀ ହରପ୍ରିୟା ନାୟକ, ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଓ ଡ଼ଃ ରମେଶ ଚନ୍ଦ୍ର ସେନାପତି,ଡ଼ଃ ପ୍ରଦୀପ କୁମାର ସାହୁ,ଏନ ମୋହନ, ସୁଧୀର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଛାତ୍ର, ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।