ଗଜପତି, (୦୮/୦୪) : ଆପ୍ର. : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ଲୁଟେରାଙ୍କ ଶୀକାର ହେଉଛନ୍ତି ।
ପୋଲିସ୍ ଯେତେ ଚାଲାକ୍ ଭାବେ କାମ କଲେ ମଧ୍ୟ ସବୁବେଳେ ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି ଚୋର । ପୁଣି ଏମିତି ଚୋରି ଘଟଣା ସାମ୍ନାକୁ ଆସିଛି । ପୁରା ଫିଲ୍ମ ଷ୍ଟାଇଲ୍ ରେ ହୋଇଛି ଲୁଟ୍ । ସବୁ ନେଇ ଘର ସାରା ଲଙ୍କା ଗୁଣ୍ଡ ପକାଇ ଛୁ ମାରିଛନ୍ତି ଏହି ଦୁର୍ବୁତ୍ତମାନେ । ପଶିଲେ ଘରୁ ଲୁଟିଲେ । ଘରେ ପଶି ଦୁର୍ବୃତ୍ତ ଲୁଟ୍ କରିଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ହେଲେ ଚାଲାକ ଲୁଟେରା ସବୁ ନେଇ ଯାଇ ଘର ଯାକ ମେଞ୍ଚା ମେଞ୍ଚା ଲଙ୍କା ଗୁଣ୍ଡ ପକାଇ ଫେରାର୍ ମାରିଛି । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଞ୍ଚଳରେ । ଗତକାଲି ଏହି ଘଟଣା ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଖେଳିଯାଇଛି କୋକୁଆ ଭୟ । ଏଭଳି ଆଲିସାନ୍ ବିଲ୍ଡିଂରେ ପଶି, ଗଡ଼ରେଜ ଭାଙ୍ଗି ଲୁଟ୍ ହୋଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
ହଁ ଆଜ୍ଞା ବଡ଼ ଧରଣର ଲୁଟ୍ । ଘରେ ପଶି ପାଖାପାଖି ୩୯ ଭରି ସୁନା ଓ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଞ୍ଚଳରେ ହୋଇଛି ଏହି ଲୁଟ୍ ଘଟଣା । ଯାହା ସୂଚନା ମିଳିଛି, ଗତ ଶୁକ୍ରବାର କୁମୁଟିସାହିର ଟି.ପ୍ରଦୀପ ପରିବାର ସହ ତିରୁପତି ଦର୍ଶନ ପାଇଁ ଯାଇଥିଲେ । ଗତକାଲି ଘରକୁ ଫେରିବା ପରେ କବାଟ ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ପରେ ଘର ଭିତରକୁ ଯାଇ ଦେଖିଲାବେଳକୁ ଆଲମାରୀରୁ ୩୯ ଭରି ସୁନା ଓ ଟଙ୍କା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏହାସାରା ଘର ସାରା ଲଙ୍କା ଗୁଣ୍ଡ ଫିଙ୍ଗାଯାଇଥିଲା । ଏନେଇ ତୁରନ୍ତ ଗାରାବନ୍ଧ ଥାନା ଅଭିଯୋଗ କରିବା ପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି । ଏପଟେ ଏତେ ଭରିର ସୁନା ଅଳଙ୍କାର ଚୋରି ହେବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି । ତୁରନ୍ତ ଏଥିରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ କାବୁ କରି ସମସ୍ତଙ୍କ ସୁନା ଅଳଙ୍କାରକୁ ଫେରାଇ ଆଣିବା ସହ ଲୁଟେରା ମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।