ପୁରୁଷୋତ୍ତମପୁର (୨୨/୦୬): ପୁରୁଷୋତ୍ତମ ପୁର ବ୍ଳକ ପ୍ରତାପୁର ଗ୍ରାମ ତୁମ୍ବେଶ୍ୱର ପୀଠରେ ନିଖିଳ ଉତ୍କଳ ତେଲଙ୍ଗା ସମାଜ ର ବାର୍ଷିକ ସାଧାରଣ ବୈଠକ ୨୦୨୫ ବର୍ଷ ପାଈଁ ଆରମ୍ଭ ହୋଇ ଯାଇଛି |
ଏହି ବୈଠକ ରମୁଖ୍ୟ ଲକ୍ଷ ଥିଲା ଯେ ଏହି ସମାଜର ୨୫ ଖଣ୍ଡ ଗାଁ ରେ ବାସ କରୁଥିବା ସାମାଜର ଲୋକମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବା, ସମ୍ପୂର୍ଣ୍ଣ ମଦ ମୁକ୍ତ ସମାଜ ଗଠନ କରିବା, ପାରିବାରିକ କଲହ ରୁ ସମସ୍ତେ ନିବୃତ ରହି ଗାଁରେ ଶାନ୍ତି ବଜାୟ ରଖିବା, କୋର୍ଟ କଚେରୀ, ଥାନାକୁ ଯାଇ ଅଯଥା ଅର୍ଥ ଖର୍ଚ୍ଚ କୁ ବନ୍ଦ କରିବା , ମହିଳା ଶିକ୍ଷାକୁ ଗୁରୁତ୍ୱ ଦେବା, ଜାତୀୟ ସମାଜ ରେ ଅବହେଳିତ ଲୋକଙ୍କୁ ଆଗକୁ ବଢେଇବା ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସମାଜର ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରା ଙ୍କ ସଭାପତିତ୍ବ ରେ ନିଖିଳ ଉତ୍କଳ ତେଲେଙ୍ଗାସମାଜ ର ବୈଠକ ଅନୁଷ୍ଠିତ ହୋଇ ଥିଲା | ଏହିକାର୍ଯ୍ୟ ରେ ଅନ୍ୟମାନଙ୍କ ମଧ୍ୟରେ ଦୁଇ ଉପସଭାପତି ରାଜା ରାଓ ଦୋରା, ଓ ମେଘ ନାଦ ଦୋରା, ସହ ସମ୍ପାଦକ ଏମ ଭାସ୍କର ରାଓ , ସହସମ୍ପାଦକ ଏ ଗୋପାଳ କୃଷ୍ଣ ଦୋରା, କୋଷାଧକ୍ଷ ବି ସୁବାସ ଚନ୍ଦ୍ର ଦୋରା,ଭାସ୍କର ଦୋରା,ସନ୍ତୋଷ ଦୋରା,ରିଙ୍କୁ ଦୋରା ଙ୍କ ସହ ବହୁ ଗ୍ରାମବାସୀ ଓ ସଦସ୍ୟ ଉପସ୍ଥିତ ଥିଲେ |