32.9 C
Balāngīr
Friday, April 25, 2025

ତୁଲୁଣ୍ଡୁପାଲି ରାସ୍ତାକଡ଼ର ମାଟି ତଳୁ ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର (୧୫/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରେ ଶିଶୁକନ୍ୟାକୁ କେହି ଜନ୍ମ ଦେଇ ମାଟିରେ ପୋତି ଚାଲି ଯାଇଥିଲେ । ଭୋର ସମୟରେ ତୁଲୁଣ୍ଡୁପାଲି ଗାଁର କେତେକ ଲୋକ ଏହା ଦେଖି ସନ୍ତୋଷ ନଈ କୁ ଖବର ଦେବାରୁ ଘଟଣାସ୍ତଳକୁ ପହଞ୍ଚି ନବଜାତ ଶିଶୁକନ୍ୟାକୁ ମାଟି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସନ୍ତୋଷ ଓ ତାଙ୍କ ତ୍ସ୍ରୀ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ |

ପରେ ଅଧିକ ଚିକିତ୍ସା ପାଇଁ ତାକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ସୋନପୁର ସିଡ଼ବ୍ଳୁସି ସଭ୍ୟ ହେମନ୍ତ କୁମାର ସା ଓ ସାନ୍ତନୁ କର୍ଣ୍ଣ ଖବରପାଇ ସୋନପୁର ଡ଼ାକ୍ତରଖାନାକୁ ପହଞ୍ଚି ଶିଶୁକନ୍ୟାର ଚିକିତ୍ସା ବ୍ୟବସ୍ଥା କରିଥିଲେ ଶିଶୁ କନ୍ୟା ଟି ବର୍ତ୍ତମାନ ଶିଶୁ ବିଭାଗରେ ଚିକିତ୍ସାଧିନ ରହିଥିଲା ବେଳେ ତାହାର ସ୍ବାସ୍ଥ୍ୟବସ୍ତା ଠିକ ରହିଥିବା ସିଡ଼ବ୍ଳୁ ସି ସଭ୍ୟ ଶ୍ରୀ ସା ପ୍ରକାଶ କରିଛନ୍ତି ।

ସୁଚନା ଯୋଗ୍ୟ ତେବେ ସନ୍ତୋଷ ନଇ ଓ ତାଙ୍କ ପତ୍ନୀଙ୍କର ଦୀର୍ଘ ୧୫ ବର୍ଷହେଲା ସେମାନଙ୍କ ଔରସରୁ ପିଲା ଜନ୍ମ ହେଉନଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ଏଇ ଅଲୋଡ଼ା ଶିଶୁକନ୍ୟାକୁ କୋଳେଇ ନେବେ ବୋଲି କହିଛନ୍ତି I ଏଣୁ ଜିଲ୍ଳା ପ୍ରଶାସନ ଅଲୋଡ଼ା ଶିଶୁକନ୍ୟାକୁ ଲାଳନପାଳନ ଲାଗି ହସ୍ତାନ୍ତର କରିବାକୁ ତାଙ୍କ ପରିବାରକୁ ଦାୟିତ୍ୱ ଦେବାକୁ ଜିଲ୍ଳା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ସନ୍ତୋଷ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...