ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୩/୦୧) : ଚଇତି ତୃତୀୟ ରଜନୀ ଧୁମଧାମରେ ପାଳନ ହୋଇଯାଇଛି । ତୃତୀୟ ରଜନୀରେ ଦର୍ଶକ ଆଂଚଳିକ ଲୋକକଳା ଓ ସଂସ୍କୃତିର ଭରପୁର ଉପଭୋଗ କରିଥିଲେ । 
ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗଦେଇ କହିଥିଲେ ଚଇତି ଆମ ଭିତରେ ଖୁସି ସହ ଉନ୍ମାଦ ସୃଷ୍ଟି କରିଛି । ଚଇତି ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଗଣପର୍ବ ପାଲଟିଛି । ସମସ୍ତେ ମିଳିତ ଭାବେ ଜିଲ୍ଲାକୁ ଉନ୍ନତ ଶିଖରରେ ପହଂଚାଇବା ବୋଲି ନିଜ ଅଭିଭାଷଣ ରଖିଥିଲେ । ମହିଳାମାନେ ଚଇତି ପର୍ବରେ ସାମିଲ ହୋଇ ତାହାର ଗୌରବ ବଢ଼ାଇଛନ୍ତି । ମହିଳାମାନେ ସମସ୍ତ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରି ସମାଜର ଆଗ ଧାଡିରେ ରହିବାକୁ କହି ମହିଳାଙ୍କୁ ଉତ୍ସାହିତ କରିଥିଲେ ।
ମୁଖ୍ୟ ବକ୍ତା ଭାବେ ରାୟଗଡା ଏସପି ଏସ ସ୍ଵାତି କୁମାର, ମଞ୍ଚରେ ସମ୍ମାନିତ ଅତିଥି ଭାବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ରାୟଗଡା କଲ୍ୟାଣୀ ସଂଘମିତ୍ରା ଦେବୀ, ଉପ ଜିଲ୍ଲାପାଳ ଗୁଣପୁର କିରନ ଦୀପ କୌର, ରାୟଗଡା ଡ଼ିଏଫଓ ସଚିନ ଆନା ସାହେବ ଓହଲ, ଡିଆରଡିଏ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ, ଉତ୍କଳ ଆଲୁମିନା ପ୍ରୋଜେକ୍ଟ ମୁଖ୍ୟ ରବି ନାରାୟଣ ମିଶ୍ର, ଉତ୍କଳ ଆଲୁମିନା ପ୍ରୋଜେକ୍ଟ ହେଡ଼ ସଭାପତି ମଜହର ବେଗ, ଜେକେ କାଗଜକଳ ଉପସଭାପତି ବିନୟ ଦ୍ୱିବେଦି ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ଦେଇଥିଲେ । ଡିଆରଡିଏ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ସ୍ୱାଗତ ଅଭିଭାଷଣ ରଖିଥିଲେ ।
ରାୟଗଡା ଉପଜିଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।ଜିଲ୍ଲାପାଳ ଓ ଏସପି ଦ୍ୱାରା ଓଡିଶା ସିଭିଲ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ମହେଶ୍ୱର ପାଲାକା ଏବଂ ଦୀପା ରାଣୀ ବେହେରା, ଆୟୁର୍ବେଦ ଔଷଧ ସେବାରେ ନିୟୋଜିତ ଏନାଦ ଶବର, ଇମନ ଶବର, ମଙ୍ଗଳ ଶବର, ସୁନିତା ଶବର, କ୍ରୀଡ଼ାବିତ ଦୀଲସନ ଶବର, ଲେପୁଲ୍ୟ ନାୟକ, ଦିଲୀପ ପରିଡା ଓ କଳା ଏବଂ ସଂସ୍କୃତି ପାଇଁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।