32.9 C
Balāngīr
Friday, April 25, 2025

ତୃତୀୟ ଲିପୁ ମେମୋରିଆଲ ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଏମସିଏଲ୍ ବୁର୍ଲା ବିଜୟୀ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୨) : ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ଦ୍ଵାରା ସୋନପୁର କଲେଜ ପଡିଆରେ ଆୟୋଜିତ ଏକଦିବସୀୟ ଅଲ୍ ଓଡ଼ିଶା ତୃତୀୟ ଲିପୁ ମେମୋରିଆଲ ଭେଟେରାନ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରେ ଏମସିଏଲ୍ ବୁର୍ଲା ବିଜୟୀ ହୋଇଥିବା ବେଳେ ରନର୍ସଅପ୍ ଭାବରେ ସମ୍ବଲପୁର ଦଳ ରହିଛନ୍ତି ।

ଏକ ଦିବସୀୟ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ସୋନପୁର ର ଏସ୍ଏନ୍ଏଫ୍ଏଓ ପିଏଫ୍ ସି ପାଟଣାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତୀ ମ୍ୟାଚ୍ ବୁର୍ଲା ଏମ୍ ସି ଏଫ୍ ଓ ବଲାଙ୍ଗୀର, ବରଗଡ଼ ସମ୍ବଲପୁର, ରେଢ଼ାଖୋଲ ଓ ଆୟୋଜକ ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ତେବେ ଫାଇନାଲ ମ୍ୟାଚ ସମ୍ବଲପୁର ଓ ଏମସି ଏଫ୍ ବୁର୍ଲା ମଧ୍ୟରେ ହୋଇଥିବା ବେଳେ ଖେଳ ଅମିମାଂସିତ ରହି ପରେ ପେନାଲଟି ସୁଟ୍ ମାଧ୍ୟମରେ ବୁର୍ଲା ଏମ୍ ସି ଏଫ୍ ଦଳ ବିଜୟୀ ହୋଇ ଥିଲା। ଆଜିର ଏହି ଉଦଯାପନୀ ଉତ୍ସବ ରେ ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ର ସଭାପତି ନିଶାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ଯୁବନେତା ତଥା କଳା ପଥର ଏମ୍ ପି ଏସ୍ ଅରବିନ୍ଦ ବାରିକ ଓ ଅନ୍ୟତମ ଅତିଥି ଭାବରେ ପୋଲିସ୍ ଆର୍ ଆଇ କାହ୍ନୁ ଚରଣ ମାରାଣ୍ଡି, ବିବେକାନନ୍ଦ ମହାନ୍ତି, ଶ୍ରୀବତ୍ସ ମଲ୍ଲିକ, ଦିଲ୍ଲୀପ ପାତ୍ର, କୁମୁଦ ମେହେର, ଗଣେଶ ମେହେର ପ୍ରମୁଖ ଯୋଗଦେଇ ବିଜୟୀ ଦଳଙ୍କୁ ଉତ୍ସାହିତ କରିଥିଲେ ।

ବେଷ୍ଟ ଗୋଲ କିପର ଓ ବେଷ୍ଟ ଡିଫେଣ୍ଡର ଓ ହିରୋ ଅଫ୍ ଦି ମ୍ୟାଚର ପୁରସ୍କାର ବୁର୍ଲା ଦଳକୁ ପ୍ରଦାନ କରାଯାଇଥିବାବେଳେ, ବେଷ୍ଟ ମିଡ ବିଲଡର ଭାବରେ ସମ୍ବଲପୁର ର ଖେଳାଳି ଙ୍କୁ ପ୍ରଦାନ କରିଥିଲେ। ଏହି ସମସ୍ତ ମ୍ୟାଚକୁ ରେଫରୀ ଭାବରେ ସୁଦାମ ଜଗଦଲା, ଦୁର୍ଗାପ୍ରସାଦ ମାଝୀ, ସିଦ୍ଧାର୍ଥ ପାତ୍ର,ଜଗତ ଜଗଦଲା ପରିଚାଳନା କରିଥିବା ବେଳେ ଅଭିମନ୍ୟୁ ବଗର୍ତ୍ତି ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ। ପ୍ରିୟବ୍ରତ ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ହରିହର ପଟ୍ଟନାୟକ , ଶରତ ମହାପାତ୍ର,ସଞ୍ଜୟ ସାହୁ, ସୁବ୍ରତ ସେଠୀ, ଜ୍ୟୋତିର୍ମୟ ମିଶ୍ର,ସୁରଟିଦୀପ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...