32.9 C
Balāngīr
Sunday, July 13, 2025

ତ୍ରୁଟି ପୂର୍ଣ୍ଣ ଇଞ୍ଜେକ୍ସନ ଯୋଗୁଁ ଜୀବନ ଚାଲିଗଲା, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରିଙ୍କ ନାଁ’ରେ ଅଦାଲତ ର ଜାମିନ ବିହୀନ ଗିରଫ ପରୱାନା ଜାରି

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୯/୦୧) : ସାହାରା ପାୱାର ପ୍ରକଳ୍ପ ତରଫରୁ ଟିଟିଲାଗଡ ନିକଟସ୍ତ ମାଲେଶିରା ଗ୍ରାମ ରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରାଯାଆଇ ଥିବା ବେଳେ ଉକ୍ତ ଗ୍ରାମ ର ଭକଚନ ଘିବେଲା ଙ୍କୁ ଉକ୍ତ ଶିବିର ରେ ଏକ ତ୍ରୁଟି ପୂର୍ଣ୍ଣ ଇଞ୍ଜେକ୍ସନ ଦେଇ ଦେବାରୁ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ବରଣ କରିଥିଲେ ।

ତ୍ରୁଟି ପୂର୍ଣ୍ଣ ଇଞ୍ଜେକ୍ସନ କାଳ ସାଜିଥିବା ବେଳେ ପରିବାର ଲୋକେ ଏଭଳି ଖାମ ଖିଆଲ ଭାବେ ଜଣଙ୍କ ଜୀବନ ଯିବା ନେଇ ବରଦାସ୍ତ୍ କରି ନ ଥିଲେ । ଉକ୍ତ ଆୟୋଜିତ ଶିବିର ର କାର୍ଯ୍ୟକର୍ତ୍ତା ଦୁଇ ତିନି ଲକ୍ଷ ଟଙ୍କା ଦେଇ ଘଟଣା ଚପେଇ ଦେବା ପ୍ରଲୋଭନ ଦେଖାଇବା ସହ ଓଲଟା କେସ ରେ ତମେ ପରିବାର ବର୍ଗ ଙ୍କୁ ଜେଲ ହେଇଯିବ ଭଳି ଧମକ ଦେଇ ଥିଲେ ।

ଦିନ ମଜୁରି କରି ପେଟ ପୋଷିବା ଓ ଘରର ମୁଖ୍ୟ ଙ୍କ ମୃତ୍ୟୁ ନେଇ ମୃତ ଭକଚନ ଘିବେଲା ଙ୍କ ପରିବାର ଲୋକେ ନ୍ୟାୟିକ ପ୍ରକ୍ରିୟା ଉପରେ ବିଶ୍ୱାସ ରଖି ଅଦାଲତ ର ଦ୍ବାରସ୍ଥ ହୋଇ ଥିଲେ । ବଲାଙ୍ଗୀର ଜିଲ୍ଲା ଅଦାଲତ ରେ ଏହି ମାମଲା ନେଇ କେଶ ଦାୟର କରିବା ଓ ପରେ ହାଇ କୋର୍ଟ ରେ ବାରମ୍ବାର ତାରିଖ ଅନୁଯାୟୀ କେସ ଲଢି ବିଜୟ ଲାଭ ବା ଡିଗ୍ରୀ ହାସଲ କରିଥିଲେ । ଗରିବ,ସରଳ,ନିରୀହ ଏହି ପରିବାର ଧାର, କରଜ କରି କୋର୍ଟ ରୁ ଡିଗ୍ରୀ ଆଣି ବଲାଙ୍ଗୀର ଅଦାଲତ କୁ ଆସିଥିଲେ । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ଙ୍କୁ ଅଦାଲତ ର ବିଚାର ପତି ତୁରନ୍ତ ତିନି ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ନିର୍ଦ୍ଦେଶ ଦେଇ ଥିଲେ । ଅଦାଲତ ରୁ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସେ ବର୍ତ୍ତମାନ ସୁଦ୍ଧା ହାଜର ନ ହେବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ କେସ ନ ୧୩/୨ ଅନୁଯାୟୀ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।

ଏବେ ଉକ୍ତ ପରିବାର ଲୋକେ ପରିବାର ର ଜଣଙ୍କୁ ହରାଇ ଥିବା ଓ ଦୋଷୀ ଦଣ୍ଡ ପାଉ ସେ ନେଇ ଅପେକ୍ଷା କରି ବର୍ଷ,ବର୍ଷ ବିତି ଆସୁଥିବା ବେଳେ ଏବେ ନିରାଶ ହୋଇ ଭଗବାନ ଙ୍କ ଉପରେ ଛାଡି ଦେଇଥିବା ଦୁଃଖ ର ସହ ପ୍ରକାଶ କରିଛନ୍ତି । ସରକାରୀ ନ୍ୟାୟିକ ବ୍ୟବସ୍ଥା କେବଳ ଧନୀ ଲୋକ ଙ୍କ ପାଇଁ ଆମେ ଗରିବ ବୋଲି ଉକ୍ତ ସରକାରୀ ବାବୁ ମାନେ ପୋଲିସ କୁ ହାତ କରି ଗିରଫ ନ କରି କେବଳ ଦିନ ଗଡ଼େଇ ଚାଲି ଥିବା ବେଳେ ନିଜ ଝାଳ ବୁହା ଟଙ୍କା ଖର୍ଚ୍ଚ କରି ଅଦାଲତ କୁ ଧାଇଁବା ସାର ହୋଇଛି ବୋଲି ଆଇନ ଉପରେ ବିଶ୍ୱାସ ନ ଥିବା ଅଭିଯୋଗ କରିଛନ୍ତି ।

ଉକ୍ତ ଶିବିର ରେ ବଡ,ବଡ ସରକାରୀ ଡାକ୍ତର ଓ ବିଭିନ୍ନ ପଦାଧିକାରୀ ଙ୍କ ଉପସ୍ଥିତି ରେ ଏଭଳି ଭୁଲ କରିବା ନେଇ ନ୍ୟାୟ ପାଇବା ଆଶାରେ ଥାଇ ନିରାଶ ହୋଇ ପଡିଥିବା ବେଳେ ମଙ୍ଗଳବାର ଦିନ ଧାର୍ଯ୍ୟ ତାରିଖ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ହଜାର ହୋଇ ନ ଥିଲେ । ଏ ନେଇ ସାଧାରଣ ଲୋକ ଙ୍କ ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ଅତୁଟ ରହିବା ପାଇଁ ଯଥା ଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦୃଢ଼ ଦାବି ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...