32.9 C
Balāngīr
Thursday, July 10, 2025

ଦକ୍ଷତା ବୃଦ୍ଧି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ସମ୍ପର୍କିତ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

Must read

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା,(୫/୧୦) : ରାୟଗଡା ଜିଲ୍ଲାର ମୁନିଗୁଡାର ସ୍ଥାନୀୟ ସୁଭଦ୍ରା-ଉଦ୍ଧବ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ଓଡିଶା ଜୀବିକା ମିଶନ ଏବଂ ଇକ୍ରିସାଟ -ହାଇଦ୍ରାବାଦଙ୍କ ସଂଯୋଜିତ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ହର୍ଷ ଟ୍ରଷ୍ଟ ପରିଚାଳନାରେ ଆୟୋଜିତ କୃଷକ ମାନଙ୍କ ଦକ୍ଷତା ବୃଦ୍ଧି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ସମ୍ପର୍କିତ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l

ଦକ୍ଷତା ବୃଦ୍ଧି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ସମ୍ପର୍କିତ ବ୍ଲକ ସ୍ତରୀୟ ତାଲିମ ଶିବିର ରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶରତ ସାହୁ ଓ ଏକଜ୍ୟୁଟିଭ ଉଦ୍ଧବ ସାହୁଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ସମଜସେବୀ ଗୌରାଙ୍ଗ ଚରଣ ରାଉତ, ସମ୍ମାନିତ ଅତିଥି ଇକ୍ରିସାଟ ପ୍ରକଳ୍ପ ପ୍ରବନ୍ଧକ ପୁଷ୍ପଜିତ ଚୌଧୁରୀ ,ମୃତ୍ତିକା ବିଜ୍ଞାନୀର ବିଶ୍ୱନାଥ ବେହେରା ,ଗବେଷଣା ପ୍ରଯୁକ୍ତିକର ସମ୍ପର୍କ ତ୍ରିପାଠୀ ,ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରତିନିଧି ମନରଞ୍ଜନ ବେହେରା,ବର୍ଷା ନାୟକ, ବ୍ଲକ ପ୍ରବନ୍ଧକ ଖିରୋଦ ଭୂୟାଁ,ରଞ୍ଜନ ବାବୁ ପ୍ରମୁଖ ଯୋଗ ଦେଇ ଉତ୍ତମ ଫସଲ ଉତ୍ପାଦନ ସହ ଚାଷୀ ମାନଙ୍କର ଆୟ ଦ୍ଵିଗୁଣିତ କରିବାକୁ ହେଲେ ମୃତ୍ତିକା ପରୀକ୍ଷା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ |

ଏହି ଅବସରରେ ୬୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ ବିବରଣୀ ପତ୍ର ପ୍ରଦାନ କରାଯାଇଥିଲା | ସଫଳ ଚାଷି ଭାବେ ଭାରତ କାଶୀ,କୃଷ୍ଣ କାଶୀ,ଅଞ୍ଜନା ପିଡିକାକା ପ୍ରମୁଖ ଚାଷ ଉପରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହର୍ଷ ଟ୍ରଷ୍ଟର ଟିମ ଲିଡର ଘନଶ୍ୟାମ ବାରିକ,କେ.ପି.ଧ୍ରୁବଚରଣ,ପୁଷ୍ପାଞ୍ଜଳି ପାଇକ,ଲିପି ରଥ,ଲକ୍ଷ୍ମୀ ନାରାୟଣ ରାଓ,ପଙ୍କଜ ପାଣିଗ୍ରାହୀ,ବାଦଲ କୁମାର ବାଡତ୍ୟା,ସୁମନ କୁମାର ସାହୁ,ମୁକ୍ତେଶ୍ଵର ନାୟକ ପ୍ରମୁଖ ପରିଚାଳନା କରିଥିଲେ |

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...