32.9 C
Balāngīr
Saturday, July 12, 2025

ଦକ୍ଷିଣିପାଲି ରେ ପ୍ରଥମ ଡିପିଏଲ୍ ଲିଗ୍ କ୍ରିକେଟ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ

Must read

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୬/୦୫) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଢୋଳ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣିପାଳି ଖେଳ ପଡିଆରେ ମାଁ ବୀଣାପାଣି କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ପ୍ରଥମ ଡ଼ିପିଏଲ ଲିଗ କ୍ରିକେଟ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।WhatsApp Image 2024 05 26 at 12.49.39 ଦକ୍ଷିଣିପାଲି ରେ ପ୍ରଥମ ଡିପିଏଲ୍ ଲିଗ୍ କ୍ରିକେଟ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଫାଇନାଲ ଖେଳ ରେ ଆର କେ ସ୍କୋର୍ଟିଂ ଉଲୁଣ୍ଡା ଦଳ ବେଦବ୍ୟାସ ପୋଷ୍ଟିଙ୍ଗ ହାତୀପାହୁଳ ଦଳକୁ ହରାଇ ଚାମ୍ପିୟାନ ହୋଇଛି ନିର୍ଧାରିତ ୧୦ ଓଭର ରେ ପ୍ରଥମେ ବ୍ୟାଟିଂ କରି ୭୫ ରନ କରିଥିଲେ । ସେହି ଜବାବ ରେ ୫ଜଣ ଖେଳାଳି ଙ୍କୁ ହରାଇ ୬୮ ରନ କରିପାରିଥିଲେ । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଶିକ୍ଷକ ଅବଦୁଲ ଭୋଇ ଓ ସଂମାନିତ ଅତିଥି ଭାବେ ଶମ୍ଭୁରାଜ କର୍ଣ୍ଣ ଉପସ୍ଥିତ ରହି ବିଜୟୀ ଦଳ ସହିତ ଉପବିଜୟୀ ଦଳକୁ ଟ୍ରଫି ସହିତ ଅର୍ଥ ରାଶି ପ୍ରଦାନ କରିଥିଲେ । ଶଶୀନ୍ଦ୍ର ଭୁକ୍ତା ମ୍ୟାଚ ପରିଚାଳନା କରିଥିବା ବେଳେ ଓ ବୁଲୁ ଭୁକ୍ତା ସହଯୋଗ କରିଥିଲେ । ପ୍ରତ୍ୟୁଷ ସାହୁ, ବିନୋଦ ମାଝୀ, ଆଶିଷ ଭୁକ୍ତା, ଉମେଶ ପଧାନ, କମଳ ସେଠି ପ୍ରଭୃତି ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...