32.9 C
Balāngīr
Thursday, June 12, 2025

ଦନ୍ଦ୍ରା କେନ୍ଦ୍ର ଡୁମାଳ ସମାଜର ମାସିକ ବୈଠକ ଜାନିପଡା ମାହେଶ୍ୱରୀ ମନ୍ଦିରରେ ଅନୁଷ୍ଠିତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୫) : ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଜାନୀପଡା ମାଁ ମାହେଶ୍ୱରୀ ମନ୍ଦିର ପରିସରରେ ଦନ୍ଦ୍ରା କେନ୍ଦ୍ର ଷାଠିଏ ଘର ଡୁମାଳ ସମାଜର ଏକ ମାସିକ ବୈଠକ ସଭାପତି ଭୋପାଳ ଚନ୍ଦ୍ର ମହାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କେନ୍ଦ୍ରର କେତେକ ସାମାଜିକ ସମସ୍ୟାର ସମାଧାନ କରିବା ସହିତ ମହତ୍ୱପୂର୍ଣ୍ଣ ପଦକ୍ଷେପ ସବୁ ନିଆଯାଇଥିଲା । ସମାଜର ଗରିବ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସାହାଯ୍ୟ ପାଇଁ ପରିବାର ପିଛା ଦଶ ଟଙ୍କା ସଂଗ୍ରହ କରିବା, ଘରଦେଖା ଓ ପିଠାଖିଆରେ ଲୋକଙ୍କ ସଂଖ୍ୟାକୁ ସିମିତ ରଖିବା, ଲୋକଙ୍କ ପାରିବାରିକ ତଥା ସାମାଜିକ ସମସ୍ୟାକୁ ସମାଜ ମାଧ୍ୟମରେ ଆପୋଷ ଆଲୋଚନା କରି ସମାଧାନ କରିବା ଇତ୍ୟାଦି ନିଷ୍ପତି ନିଆଯାଇଥିଲା। ଏହା ସହିତ ବ୍ରାହ୍ମଣୀ ଓ ବାହାଡୁକୀ ଦୁଇ ଗାଁର‌ ଅଠେଇଶଟି ପରିବାରକୁ ନେଇ ଗୋଟିଏ ପଙ୍ଗତରେ ପରିଣତ କରାଯାଇଥିଲା ।

ବୈଠକରେ କେନ୍ଦ୍ର ସଂପାଦକ ଫକୀର ମୋହନ ଖମାରୀ,କୋଷାଧ୍ୟକ୍ଷ ଉମାକାନ୍ତ ଖମାରୀ,ବରିଷ୍ଠ ସଦସ୍ୟ ହୃଦାନନ୍ଦ କର୍ମୀ,ଅନନ୍ତ ବଘାର, ଦିଲିପ ବସ୍ତିଆ, ସଂଗଠକ ମାଲିକ ମହାକୁର, ହେମସାଗର ବସ୍ତିଆ, ନକୁଳ ଗଡୁଆ, ବଦ୍ରିନାରାୟଣ କର୍ମୀ, ମିନିକେତନ ମହାକୁର, ସନାତନ ପଧାନ, ଶରତ ଅମାତ, ସତ୍ୟବାନ୍ ପଧାନ, ଦଶରଥ ପଧାନ, ପରମାନନ୍ଦ ବସ୍ତିଆ, ରମେଶ ପଧାନ, ବୈକୁଣ୍ଠ ପଧାନ, କିଶୋର ପଧାନ,ସନାତନ ଅମାତଙ୍କ ସହ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମର ସମାଜର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...