ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୨/୦୫) : ଦମ୍ପତିକୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ମୃତାହତ ଦମ୍ପତି ହେଲେ କଟକ ଗତିରାଉତପାଟଣା ଅଞ୍ଚଳର । ଆଜି ସକାଳେ ଦମ୍ପତି ସ୍କୁଟି ଯୋଗେ କଟକ ଆସୁଥିଲେ । ଦୁର୍ଗା ମଣ୍ଡପ ନିକଟରେ ପଛରୁ ଏକ ଟ୍ରକ୍ ଆସି ଦମ୍ପତିଙ୍କୁ ଦେଖାଦେଇଥିଲା। ଉଭୟ ସ୍ୱାମୀସ୍ତ୍ରୀ ତଳେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ଏହାସହ ଘଟଣାର ତଦନ୍ତ କରୁଛି ।