32.9 C
Balāngīr
Saturday, July 12, 2025

ଦଶମ ବୋର୍ଡ ପରୀକ୍ଷା ରେ ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିରର ଶତପ୍ରତିଶତ ସଫଳତା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୬/୦୫) : ଆଜି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ବାହାରିବା ପରେ ପୁରୁଷୋତ୍ତମପୁର ସହର ରେ ଥିବା ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ର, ଛାତ୍ରୀ ମାନେ ଶତପ୍ରତିଶତ ରିଜଲ୍ଟ ହାସଲ କରିଛନ୍ତି

ଯାହା କି ସ୍କୁଲ ପାଈଁ ଏକ ଗୌରବ ର ବିଷୟ ଅଟେ । ଅଭିଭାବକ ମାନେ ଯେଉଁ ଘରୋଇ ଶିକ୍ଷାନୁଷ୍ଠାନକୁ ପିଲାଙ୍କୁ ପାଠପଢ଼େଇବା ପାଈଁ ବହୁ ଅର୍ଥ ଖର୍ଚ୍ଚାନ୍ତ କରିଥାନ୍ତି, ତାରମୂଲ୍ୟ ଆଜିବାପା,ମାଆ ମାନେପାଇପାରିଛନ୍ତି । କାହିଁକିନାଁ ପିଲାମାନଙ୍କଅକ୍ଲାନ୍ତପରିଶ୍ରମ, ଶିକ୍ଷାନୁଷ୍ଠାନ ର ପ୍ରଧାନ ଗୁରୁଜୀ ଙ୍କଅନୁଶାସନ,ଏବଂସମସ୍ତ ଗୁରୁଜୀ, ଗୁରୁମା ଙ୍କ ପ୍ରଚେଷ୍ଟା ଯୋଗୁଁ ସେମାନେ ଆଜି ସଫଳ ତାର ପାହାଚ ଚଢ଼ିବାକୁ ଯାଉଛନ୍ତି । ଚଳିତ ବର୍ଷ ଅନୁଷ୍ଠାନ ର ମୋଟ ୩୫ ଜଣ ଛାତ୍ର, ଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେଇଥିଲା ବେଳେ ସେମଧ୍ୟରୁ A1 ରେ ଜଣେ, A2 ରେ ୭ଜଣ, B1 ରେ ୨୦ଜଣ, B2ରେ 5ଜଣ, C ରେ ୨ ଜଣ ମୋଟ ୩୫ ଜଣ ପାସ ହୋଇ ଶିଶୁ ମନ୍ଦିର ପାଈଁ ଏବଂ ନିଜ ପିତା,ମାତା ଙ୍କ ସହ ଅଂଚଳ ପାଈଁ ଗୌରବ ଆଣିପାରିଛନ୍ତି । ସେଥିପାଇଁ ସମସ୍ତେ ତାଙ୍କ ସଫଳତାରେ ଆନନ୍ଦିତ ।

ଯେଉଁ ଲକ୍ଷ ରଖି ପିତା, ମାତା ପାଠ ପଢାଇ ଥିଲେ ତାହା ଆଜି ସେମାନଙ୍କ ସଫଳ ହୋଇଛି । ସେଥିପାଇଁ ଛାତ୍ର, ଛାତ୍ରୀଙ୍କୁ ଅନୁଷ୍ଠାନ ର ପରିଚାଳନା ସମିତି କର୍ମକର୍ତ୍ତା, ପ୍ରଧାନ ଗୁରୁଜୀ, ସମସ୍ତ ଗୁରୁଜୀ, ଗୁରୁମା ଆଶୀର୍ବାଦ ଦେବା ସହ ଧନ୍ୟବାଦ ଜଣାଇଛନ୍ତି । ତେବେ ଗତ ଦଶ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଶତ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରୁଥିବାର ପ୍ରଧାନ ଗୁରୁଜୀ ନିରଞ୍ଜନ ଡାକୁଆ ଜଣାଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...