କେନ୍ଦୁଝର, (୧୨/୦୪) : ଆପ୍ର. : ଦାଦାକୁ ହାଣି କଟା ମୁଣ୍ଡ ଧରି ଫାଣ୍ଡିକୁ ଗଲା ପୁତୁରା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ତଳପଇଁସାରି ଗାଁରେ।
ଗତକାଲି କୌଣସି କଥାକୁ ନେଇ ଦାଦା ଏବଂ ପୁତୁରା ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁତୁରା ନିଜ ଦାଦାକୁ ଟାଙ୍ଗିଆ ହାଣି ହତ୍ୟା କରିଛି । ଏବଂ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ କଟା ମୁଣ୍ଡ ଧରି ଶୁଆକାଟି ଫାଣ୍ଡିରେ ହାଜର ହୋଇଥିବା ଦେଖିବାକୁ ମିଳିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।