32.9 C
Balāngīr
Friday, April 25, 2025

ଦାବି ପୂରଣ ନହେଲେ ଜୋରଦାର ଆନ୍ଦୋଳନ ପାଇଁ ଚାଷୀଙ୍କ ଚେତାବନୀ

Must read

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୦୨) : ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହୋଇଥିବା କାଶୀନଗର ଅଂଚଳର ଚାଷୀମାନେ ଗୁରୁବାର ଦିନ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଗଜପତି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।WhatsApp Image 2025 02 21 at 08.56.56 ଦାବି ପୂରଣ ନହେଲେ ଜୋରଦାର ଆନ୍ଦୋଳନ ପାଇଁ ଚାଷୀଙ୍କ ଚେତାବନୀ

୧୨ ଦଫା ସମ୍ବଳିତ ଉକ୍ତ ଦାବିପତ୍ରରେ ରବିବାର ଭିତରେ ଚାଷୀଙ୍କ ଧାନ କିଣିବା ପାଇଁ ଜରୁରୀ ପଦକ୍ଷେପ ନେବା, ମିଲରମାନେ ଗନି ବ୍ୟାଗ ଓ ମଣ୍ଡିରୁ ମିଲକୁ ଧାନ ନେବା ସକାଶେ ପରିବହନ ଖର୍ଚ୍ଚ ଯୋଗାଇବା , କାଶୀନଗର ଅଂଚଳରେ ଥିବା ମିଲ୍ ଗୁଡିକ ପ୍ରଥମେ ସ୍ଥାନୀୟ ଚାଷୀଙ୍କ ଧାନ କିଣିବା, ଶୋଷଣ ଓ ଠକେଇର ପ୍ରତୀକ କଟନି ଛଟନି ରୋକିବା ପାଇଁ ଦୃଢ ପଦକ୍ଷେପ ନେବା , ଆବଶ୍ୟକୀୟ ପରିମାଣର ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକେନ ଦେବାର ବ୍ୟବସ୍ଥା କରିବା ଓ ତଦନୁଯାୟୀ ଧାନ କିଣିବା, କାଶୀନଗର ଏନ୍ ଏ ସି ଓ କାଶୀନଗର ବ୍ଲକ୍ ର ବିଭିନ୍ନ ପଂଚାୟତରେ ଉତ୍ପାଦିତ ଧାନ ଓ ଅନ୍ୟାନ୍ୟ ଶସ୍ୟ ରଖିବା ପାଇଁ ଗୋଦାମ ବ୍ୟବସ୍ଥା କରିବା, ଚାଷୀମାନେ ନିରୁପାୟ ହୋଇ ଆତ୍ମଘାତୀ ପଦକ୍ଷେପ ନେବାର ସମ୍ଭାବନା ଥିବାରୁ ଶୀଘ୍ର ସେମାନଙ୍କ ଦାବି ପୂରଣ କରିବା, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇ ଯେଉଁ ଚାଷୀମାନଙ୍କ ଧାନ ଏଫ୍ ଏ କ୍ୟୁ ଗୁଣବତ୍ତା ହରାଇଛି ଓ ବିକ୍ରି ହୋଇ ପାରିବାର ସମ୍ଭାବନା ନାହିଁ, ସେହି ଚାଷୀମାନଙ୍କୁ କ୍ଷତିପୂରଣ ଦେବା , ଭାଗଚାଷୀଙ୍କ ସମସ୍ୟାର ସମାଧାନ କରିବା ପ୍ରଭୃତି ଦାବି ରହିଛି ।

ପ୍ରକାଶ ଯୋଗ୍ୟ ଯେ , ବୁଧବାର ଦିନ ଚାଷୀମାନେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିବା ପାଇଁ ସମବେତ ହୋଇଥିଲେ । ତେବେ ଚାଷୀମାନଙ୍କ ପ୍ରତିନିଧି ଭାବେ କାଶୀନଗର ନାଗରିକ ମହାସଭା ସଭାପତି ପ୍ରଶାନ୍ତ ମିଶ୍ର ଆଇ ଆଇ ସି ସୁନୀଲ କୁମାର ବେହେରାଙ୍କ ଉପସ୍ଥିତିରେ ତହସିଲଦାର ଓ ସିଭିଲ ସପ୍ଲାଇ ଇନ୍ସପେକ୍ଟରଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଲୋଚନା ଅବସରରେ ତହସିଲଦାର ସୁଧୀର କୁମାର ନନ୍ଦ କହିଥିଲେ ଯେ , ତାଙ୍କ କ୍ଷମତା ଓ ଆଇନର ପରିସର ଭିତରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଯାହା ସମ୍ଭବ , ସେ ତାହା କରୁଛନ୍ତି ଓ କରିବେ । ଯଦି ଚାଷୀମାନେ ଅଧିକ କିଛି ଆଶା କରୁଛନ୍ତି , ତେବେ ସେମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ଉଚିତ । ନାଗରିକ ମହାସଭା ସଭାପତି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଚାଷୀମାନଙ୍କୁ ମଣିଷର ମେରୁଦଣ୍ଡ ସହ ତୁଳନା କରିଥିଲେ ।

କହିଥିଲେ ଯେ, ମେରୁଦଣ୍ଡ କେବେ ଆଗକୁ ଆସିପାରେ ନାହିଁ । ପଛରେ ରହି ହିଁ ସାରା ଶରୀରକୁ ସପୋର୍ଟ କରିଥାଏ । ବର୍ତ୍ତମାନ ଚାଷୀଙ୍କ ଅବସ୍ଥା ମେରୁଦଣ୍ଡ ଭଳି । ସେମାନଙ୍କ ଦ୍ୱାରା ଉତ୍ପାଦିତ ଅନ୍ନରେ ପ୍ରତିପାଳିତ ବ୍ୟବସ୍ଥାଧରମାନେ ଆଗରେ । ଚାଷୀ ପଛରେ, ବଂଚିତ ଶୋଷିତ ଓ ଅବହେଳିତ । ନିଜକୁ ନିଜେ ସପୋର୍ଟ କରିବା ପାଇଁ ଅସମର୍ଥ, ଯଦିବା ସମାଜ ତା ସାମର୍ଥ୍ୟ ଉପରେ ନିର୍ଭରଶୀଳ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ଥାନା ପକ୍ଷରୁ ବୁଧବାର ଦିନ ପୋଲିସ ମୁତୟନ କରା ଯାଇଥିବା ବେଳେ ଗୁରୁବାର ଦିନ ଚାଷୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦିଆ ଯାଇଥିବା ଦାବିପତ୍ରରେ ରବିବାର ସୁଦ୍ଧା ଉପସ୍ଥାପିତ ଦାବିସମୂହ ପୂରଣ ନହେଲେ ସୋମବାର ଠାରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଉଲ୍ଲେଖ ରହିଛି ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...