ବ୍ରହ୍ମପୁର, (୧୮/୦୪) : ଆପ୍ର. : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚାମୁଣ୍ଡା ମନ୍ଦିର ନିକଟ କାଜୁ ତୋଟାରୁ ଏକ ଗଳିତ ମୃତଦେହ ଠାବ ।
ମୃତଦେହଟି ବହୁ ଦିନ ହେଲା ପଡ଼ିଥିବା ଯୋଗୁଁ କେବଳ ଖପୁରୀ ଏବଂ କିଛି ହାଡ଼ ପଡିରହିଥିବା ଦେଖିବାକୁ ମିଳିଛି । ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହଟି ଏକ ମହିଳାଙ୍କ ବୋଲି ଜଣାପଡୁଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବୁଲି ଦେଖିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ କାଜୁ ତୋଟା ମଧ୍ୟକୁ ମହିଳା ଜଣକ କିପରି ଆସିଲେ ତାହା ରହସ୍ୟ ହୋଇ ରହିଥିବାବେଳେ, ଉଚିତ୍ ତଦନ୍ତ ପରେ ହିଁ ଜଣାପଡିବ ଏହା ସ୍ୱାଭାବିକ ମୃତ୍ୟୁ ନା ‘ ହତ୍ୟା ।