ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୧୧/୨): ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ କାଶୀନଗର ଠାରେ ପାଳିତ ହୋଇଯାଇଛି | ମହାନ ଚିନ୍ତା ନାୟକ ଶ୍ରୀ ଦିନଦୟାଲ ଉପାଧ୍ୟାୟ ଙ୍କ ପୁଣ୍ୟ ତିଥି ଅବସର ରେ କାଶୀନଗର ବିଜେପି ପକ୍ଷରୁ ସ୍ଥାନୀୟ ମଦନ ମୋହନ ମନ୍ଦିର ମଣ୍ଡପ ରେ ଏହି ନାୟକ ଙ୍କ ପୁଣ୍ୟ ତିଥି ପାଳିତ ହୋଉଛି |
ଟାଉନ ସଭାପତି ଭି ଚେଲାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଜିଲ୍ଲା ସଭାପତି ନଳିନୀ କାନ୍ତ ପାତ୍ର ପାରଳାଖେମୁଣ୍ଡିର କାଉନସିଲର ବାଳକୃଷ୍ଣ ଓ ବରିଷ୍ଠ ନେତା କେ.ଦାସୁ ଯୋଗ ଦେଇଥିଲେ |ଯୁବ ମୋର୍ଚ୍ଚା ସଭାପତି କେ ବିଜୟ କୁମାର ଦିନଦୟାଲ ଙ୍କ ତ୍ୟାଗ ଉପରେ ମତ ରଖିଥିଲେ | ବରିଷ୍ଠ ନେତା ପ୍ରଶାନ୍ତ ସାହୁ, ଆର. ନାରାୟଣ ରାଓ ଓ ବହୂ ଦଳୀୟ କର୍ମୀ ଯୋଗଦେଇ ମହାନ ଆତ୍ମା ତ୍ୟାଗକୁ ମନେ ପକାଇଥିଲେ |