ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୬) : ଆସନ୍ତା ୩ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ସ୍ବତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ନିୟମିତ ବୃଦ୍ଧି ପାଉଛି ତାପମାତ୍ରା ।
ରାଜ୍ୟର ପଶ୍ଚିମାଞ୍ଚଳ ଓ ମଧ୍ୟାଞ୍ଚଳରେ ହିଟଓ୍ବେଭ ଜାରି ରହିବ। କାଲି ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡିଗ୍ରୀ ଥିଲା । ପିକ୍ ଆଓ୍ବାରରେ କାମ କରିବାକୁ ମନା କରାଯାଇଛି । ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବାକୁ ମନା କରାଯାଇଛି । ଏଥିରେ ଯେଉଁମାନେ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଥିପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଉଛି । ଅତି ଜରୁରୀ ନଥିଲେ ପଦାକୁ ବାହାରନ୍ତୁ ନାହିଁ । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ଗୁଳୁଗୁଳି ଜାରି ରହିବା ନେଇ ସୂଚନା ଦିଆଯାଇଛି ।