32.9 C
Balāngīr
Saturday, July 12, 2025

ଦିନ ୧୨ଟା ସୁଦ୍ଧା କୌଣସି ଅଧିକାରୀଙ୍କ ଦେଖାମିଳୁନି, ଦୀର୍ଘ ସମୟ ଅପେକ୍ଷାରେ ରହୁଛନ୍ତି ହିତାଧିକାରୀ

Must read

ସାଲେପୁର, (୦୨/୦୭) : ଆପ୍ର. : ରାଜ୍ୟରେ ଏବେ ନୂଆ ସରକାର, ନୂଆ ନିୟମ । କିନ୍ତୁ ସରକାରୀ ଚାକିରିଆ ମାନଙ୍କ ମନୋମୁଖୀ କାର୍ଯ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଥିବା ନେଇ ଆସିଛି ଅଭିଯୋଗ ।

ଠିକ୍ ସମୟରେ ଅଫିସର ମାନେ ଅଫିସକୁ ଆସୁନାହାନ୍ତି । ଯାହା ଫଳରେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ହିତାଧିକାରୀ ଓ ଜନସାଧାରଣ । ଅଫିସ୍ ଖୋଲିବା ସମୟ ସକାଳ ୧୦ ଟା ରହିଥିବା ବେଳେ ଦିନ ୧୨ ଟା ଯାଏ ବି ଅଫିସର ମାନଙ୍କ ଦେଖାମିଳୁନାହିଁ । ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଉଭୟ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍ କାର୍ଯ୍ୟାଳୟରେ । ବ୍ଲକ୍ କାର୍ଯ୍ୟାଳୟକୁ ସମୟରେ ସରକାରୀ ଅଫିସର ମାନେ ଆସୁନଥିବାରୁ ଲୋକେ ମାନେ ବିଭିନ୍ନ କାର୍ଯ୍ୟ ପାଇଁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି । ସକାଳ ୧୦ ଟା ରୁ ଦିନ ୫ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଚାଲୁ ରହିବାକୁ ନିର୍ଦ୍ଦେଶ ଥିଲେ ବି ଦିନ ୧୨ଟା ସୁଦ୍ଧା କୌଣସି ଅଧିକାରୀଙ୍କ ଦେଖାମିଳୁନି ।

ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ଦେଖା ମିଳୁନଥିବା ବେଳେ ଦୀର୍ଘ ସମୟ ଅପେକ୍ଷାରେ ରହୁଛନ୍ତି ହିତାଧିକାରୀ । ଅଧିକାରୀ ମାନେ ଏଭଳି ମନୋମୁଖୀ ହୋଇଯାଇଛନ୍ତି ଯେମିତି ଅଫିସ୍ ନୁହେଁ ବରଂ ଫିଲ୍ମ ଦେଖିବାକୁ ଆସୁଛନ୍ତି । ସମୟ ଜ୍ଞାନ ଭୁଲି ଯାଉଛନ୍ତି ସରକାରୀ ବାବୁ ମାନେ । ଆଉ ଅଫିସରେ କାର୍ଯ୍ୟରତ ପିଅନଙ୍କ କଥାରେ କୌଣସି ତାଳ ମେଳ ରହୁନାହିଁ । କିଏ କହୁଛି ସାର୍ ରାତିରେ ଡେରିରେ ଶୋଉଛନ୍ତି ତ, କିଏ କହୁଛି ଅଫିସରେ ସମସ୍ତେ ଅଛନ୍ତି । ଆଉ କିଏ କହୁଛି ସରକାରୀ ବାବୁ ମାନେ ନିଜ ଘରୁ ସିଧାସଳଖ ଫିଲ୍ଡକୁ ଯାଇଛନ୍ତି ।

କିନ୍ତୁ ବାସ୍ତବ କଥା ହେଉଛି ଯାହା ଆପଣ ଶୁଣୁଛନ୍ତି । ତେବେ ଦେଖିବକୁ ବାକି ରହିଲା କେବେ ସରକାରଙ୍କ ନଜର ପଡୁଛି ଆଉ ସରକାରୀ ବାବୁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେଉଛି । ଏ ବାବଦରେ ଆମେ ପଂଚାୟତ ରାଜମନ୍ତ୍ରୀଙ୍କୁ ପଚାରିବାରୁ, ଯେଉଁ ଅଫିସର ମାନେ ସରକାର ନିୟମକୁ ପାଳନ କରିବେନି ତାଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏପଟେ ଖବର ପ୍ରସାରଣ ପରେ କେବେ ମନ୍ତ୍ରୀଙ୍କ କଥା କାର୍ଯ୍ୟକାରୀ ହେଉଛି ଆଉ ସରକାରୀ ବାବୁଙ୍କୁ ଦଣ୍ଡ ମିଳୁଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...