32.9 C
Balāngīr
Wednesday, April 23, 2025

ଦିବ୍ୟାଙ୍ଗ ପରିବାରକୁ ସହାୟତାର ହାତ ବଡାଇଲା ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
କଲ୍ୟାଣସିଂହପୁର, (୨୮/୦୨) : ଦିବ୍ୟାଙ୍ଗ,ଗରିବ ଅସହାୟ ରୋଗଣି, ବୃଦ୍ଧା ମା ର ସେବା କରୁଛି ଦିବ୍ୟଙ୍ଗ ପୁଅ, ଗୋଟାଏ ହାତ ଭାଙ୍ଗି ଯାଇଛି, ଆଉ କାନ ସୁଭୁ ନାହିଁ । ଘର ବାରଣ୍ଡାରେ କଟୁଛି ଦୁଇ ପ୍ରାଣୀର ଜିବନ।WhatsApp Image 2025 03 01 at 09.27.45 ଦିବ୍ୟାଙ୍ଗ ପରିବାରକୁ ସହାୟତାର ହାତ ବଡାଇଲା ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘ

ଏହି ଖବର ଆମ ପ୍ରତିଦିନ ଖବର କାଗଜରେ ପ୍ରକାଶ ପାଇବା ପରେ ସହାୟତାର ହାତ ବଡାଇଲା ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଜଗନ୍ନାଥ ମନ୍ଦିର ସାହିରେ ଭଙ୍ଗା ଘର ବାରଣ୍ଡାରେ କଟୁଛି ଦୁଇ ଦୁଃଖୀ ଗରିବ ଦିବ୍ୟାଙ୍ଗ ରୋଗୀଣା ଶଯ୍ୟାଶାୟୀ ମା ଓ ଦିବ୍ୟାଙ୍ଗ ପୁଅର ସମସ୍ୟାକୁ ନେଇ ଖବର ପ୍ରସାରିତ ହେବା ପରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବାଦଲ କୁମାର ତା ଙ୍କ ନିର୍ଦ୍ଦେଶ କର୍ମେ ସଂଘର ଉପଦେଷ୍ଠା ଅଜୟ କୁମାର ରଥ ସହ ସମ୍ପାଦକ ବିଦ୍ୟା ଭୂଷଣ ପଣ୍ଡା, ଅକ୍ଷୟ କୁମାର ପିଡ଼ିଶିକା, ପ୍ରଦୀପ ଦଲାଇ, ସନ୍ତଶ ବଚ୍ଛା, ମାଲେଶ କୌଶଲ୍ୟା ପହଞ୍ଚି ଚାଉଳ ଆଳୁ ପିଆଜ ତେଲ ମରିଚ ସାବୁନ୍,ତକିୟା ଚାଦର ପିନ୍ଧିବା ପାଇଁ ପ୍ୟାଣ୍ଟ୍ ଶାଟ୍, ଲୁଗା ପଟା ସାମଗ୍ରୀ ପ୍ରଦାନ କରିଛନ୍ତି । ଏହି ପରିବାର ପୂର୍ବରୁ ଚା ବିକ୍ରି କରି ସ୍ବର୍ଗତ ଶିତାରାମ ଦାସ ୫ପ୍ରାଣୀ କୁ ଭରଣ ପୋଷଣ କରିଆସୁଥିଲେ ।

ଦୁଇ ପୁଅ,ଦୁଇ ଝିଅଙ୍କୁ ବିବାହ ଦେବା ପରେ ଶିତାରାମ ଦେହ ଅସୁସ୍ଥତା ହୋଇ ୩ବର୍ଷ ହେବ ଶିତାରାମ ଙ୍କ ଦେହାନ୍ତ ହୋଇଥିଲା ସ୍ତ୍ରୀ ଅନୁସୟା ସମ୍ପୂର୍ଣ୍ଣ ଭାଙ୍ଗି ପଡି ପ୍ରକ୍ଷାଘାତ (ପାରାଲେସିସ) ହୋଇ ଶଯ୍ୟାସାୟୀ ହୋଇ ପଡିରହିଛନ୍ତି ସାନ ପୁଅ ବିନାୟକ ଦାସ ଙ୍କ ବାଇକ ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ କାନ କୁ ଶୁଭା ଯାଉନି ।, ଏହି ଦୁଇ ଜଣ ଙ୍କୁ ତାଙ୍କ ବଡ଼ ପୁଅ ବୋହୁ ଜମା ରୁ ପଚାରୁ ନାହାଁନ୍ତି ବୋଲି ମା ପୁଅ କହିଛନ୍ତି । ଅନ୍ୟ ପଟେ ଘରର କାନ୍ଥ ପାଟି ଆଁ କରିଛି ରାତିରେ ଚନ୍ଦ୍ର ଦିନରେ ସୂର୍ଯ୍ୟ ଦେଖା ଯାଉଛି ,ତା ସହିତ ଘର ମାଟି ଝଡି ପଡିଛି । ତାହା କେତେ ବେଳେ ଭୁଶୁଡି ପଡି ଜୀବନ ଚାଲି ଯିବ କହିହେବ ନାହିଁ । ତେଣୁ ମାଆ ପୁଅ ଦୁହେଁ ଦାଣ୍ଡ ବାରଣ୍ଡାରେ ପଡିରହିଛନ୍ତି ।

ଏହି ଦିବ୍ୟାଙ୍ଗ ପରିବାର ର ଖବର ପ୍ରତିଦିନ ଖବର କାଗଜରେ ପ୍ରସାରଣ ପରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଟିମ୍ ଆସି ସହାୟତା କରିଥିବାରୁ ମାଆ ପୁଅ ଦୁହେଁ ସଙ୍ଘ କୁ ଧନ୍ୟବାଦ୍ ଜଣାଇଛନ୍ତି। ଅପର ପକ୍ଷେ ସରକାରୀ ବାସ କିଭଳି ପାଇବେ ସେ ନେଇ ସଙ୍ଘ ସ୍ଥାନୀୟ ତହସିଲଦାର ଙ୍କ ସହ ଆଲୋଚନା କରିଛନ୍ତି। ତହସିଲଦାର ରଞ୍ଜନ କୁମାର ମାନସେଠ ମଧ୍ୟ ସରକାରଙ୍କ ନିୟମ ଅନୁଯାୟୀ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ପରିବାର କିଭଳି ସରକାରୀ ବାସ ଖଣ୍ଡିଏ ପାଇବ ସେ ନେଇ ସଙ୍ଘ ଉଦ୍ୟମ ଜାରି ରଖିଛି ବୋଲି କହିଛନ୍ତି ଜିଲ୍ଲା ସାମ୍ବାଦିକ ସଭାପତି ବାଦଲ କୁମାର ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...