32.9 C
Balāngīr
Sunday, April 20, 2025

ଦିବ୍ୟାଙ୍ଗ ଶିଶୁମାନଙ୍କ ପିତାମାତା ଓ ପ୍ରଧାନ ଶିକ୍ଷକଙ୍କ ତାଲିମ ଶିବିର ଅନୁଷ୍ଠିତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୧) : ଦିବ୍ୟାଙ୍ଗ ଶିଶୁମାନଙ୍କ ପିତାମାତା ଓ ପ୍ରଧାନ ଶିକ୍ଷକଙ୍କ ତାଲିମ ଶିବିର ଅନୁଷ୍ଠିତWhatsApp Image 2025 01 10 at 09.17.16 ଦିବ୍ୟାଙ୍ଗ ଶିଶୁମାନଙ୍କ ପିତାମାତା ଓ ପ୍ରଧାନ ଶିକ୍ଷକଙ୍କ ତାଲିମ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଆରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପିତା ମାତା ଓ ପ୍ରଧାନ ଶିକ୍ଷକଙ୍କୁ ନେଇ ଏକଦିବସୀୟ ତାଲିମ ଶିବିର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ଙ୍କ ତତ୍ବାବଧାନ ତଥା ବିଆରଟି ଚୌଧୁରୀ ତ୍ରିପାଠୀ ଙ୍କ ଆୟୋଜିତ ଶିବିରରେ ସିଆରସିସି ଅନନ୍ତ କୁମାର ପଣ୍ଡା,ଆର୍ତ୍ତତ୍ରାଣ ପଶାୟତ ସାଧନ କର୍ମୀ, ଅରିଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧନ୍ଵନ୍ତରୀ ନାରାୟଣ ବିଶି ମୁଖ୍ୟ ବକ୍ତା ,ସାମ୍ବାଦିକ ଧ୍ରୁବରାଜ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ତାଲିମ ଶିବିରରେ ବାଙ୍କିଘିର୍ଡି ଓ ସିନ୍ଦୁରପୁର କ୍ଲଷ୍ଟର ର ଅଭିଭାବକ ସହ ପ୍ରଧାନ ଶିକ୍ଷକ ମାନେ ଯୋଗଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ସାମଗ୍ରିକ ଉନ୍ନତି ପାଇଁ ପିତା ମାତା ଓ ଅଭିଭାବକ ଙ୍କ ଭୂମିକା ,ବିଭିନ୍ନ ସରକାରୀ ଯୋଜନାର ଉପଲବଧତା ,ପ୍ରସସ୍ଥ ଆପ୍ ର ବ୍ୟବହାର ଓ ଅନ୍ତର୍ଭୁକ୍ତିକରଣ ଶିକ୍ଷା ଉପରେ ଆଲୋକପାତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଭିନ୍ନ ଦାୟିତ୍ଵମାନ ତୁଲାଇଥିଲେ । ଆଖିଦାଦର ସ୍କୁଲ ର ପ୍ରଧାନ ଶିକ୍ଷକ ରାଧେଶ୍ୟାମ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ଏହି ବ୍ଲକ ଅନ୍ତର୍ଗତ ସିଙ୍ଗିଯୁବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପିତା ମାତା ଓ ପ୍ରଧାନ ଶିକ୍ଷକଙ୍କୁ ନେଇ ଏକଦିବସୀୟ ତାଲିମ ଶିବିର ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକୁମାର ମହାକୁର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବାଙ୍କିଘିର୍ଡି କ୍ଲଷ୍ଟର ସିଆରସିସି ଦଶମ ମେହେର ମୁଖ୍ୟ ଅତିଥି , ପଲସାପାଲି ଉ:ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୋହିତାଶ୍ଵର ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ତାଲିମ ଶିବିରରେ ସିଂଘିଯୁବା ଓ ପଲସାପାଲି କ୍ଲଷ୍ଟର ର ପ୍ରାୟ ୪୦ ଜଣ ପିତା ମାତା ସହ ପ୍ରଧାନ ଶିକ୍ଷକ ମାନେ ଯୋଗଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ସାମଗ୍ରିକ ଉନ୍ନତି ପାଇଁ ପିତା ମାତା ଓ ଅଭିଭାବକ ଙ୍କ ଭୂମିକା ,ବିଭିନ୍ନ ସରକାରୀ ଯୋଜନାର ଉପଲବଧତା ,ପ୍ରସସ୍ଥ ଆପ୍ ର ବ୍ୟବହାର ଓ ଅନ୍ତର୍ଭୁକ୍ତିକରଣ ଶିକ୍ଷା ଉପରେ ଆଲୋକପାତ କରାଯାଇଥିଲା ।

ବିଆରଟି ଚୌଧୁରୀ ତ୍ରିପାଠୀ ଙ୍କ ଦ୍ଵାରା ପରିଚାଳିତ ସଭାରେ ଆର୍ତ୍ତତ୍ରାଣ ପଶାୟତ ସାଧନକର୍ମି ଦାୟିତ୍ଵ ,ବିଦ୍ୟାଳୟର ଶିକ୍ଷକ ହୃଦାନନ୍ଦ ପଧାନ ,ଦୟାସାଗର ପଧାନ ,ବିକାଶ କୁମାର ବାରିକ ,ଶିକ୍ଷୟତ୍ରୀ କ୍ରୀଷ୍ଣାମୟୀ ମହତ୍ତମ,ରଞ୍ଜୁ ଦାସ ବିଭିନ୍ନ ଦାୟୀତ୍ଵମାନ ଶିବିରରେ ତୁଲାଇଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ଉମାକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...