32.9 C
Balāngīr
Wednesday, April 30, 2025

ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ବଡ଼ ପଦକ୍ଷେପ, ୧୫ ବର୍ଷ ତଳର ଗାଡ଼ିକୁ ମିଳିବନି ତେଲ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୩) : ଦିଲ୍ଲୀରେ ପ୍ରଦୂଷଣ ସ୍ତର ହ୍ରାସ କରିବାକୁ ନୂତନ ବିଜେପି ସରକାର ନେଇଛି ବଡ଼ ନିଷ୍ପତ୍ତି । ଯେଉଁଥିପାଇଁ ଚିନ୍ତାରେ ଦିଲ୍ଲୀବାସୀ ।

ଏଣିକି ୧୫ ବର୍ଷ ତଳର ପୁରୁଣା ଗାଡ଼ିକୁ ଆଉ ମିଳିବ ନାହିଁ ପେଟ୍ରୋଲ୍ କିମ୍ବା ଡିଜେଲ୍ । ଆସନ୍ତା ୩୧ ମାର୍ଚ୍ଚ ଏହି ନୂତନ ନିୟମ କଡ଼ାକଡ଼ିଭାବେ ପାଳନ ହେବ । ଏ ନେଇ ଶନିବାର ଘୋଷଣା କରିଛନ୍ତି ପର୍ଯ୍ୟାବରଣ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା । ଶନିବାର ପର୍ଯ୍ୟାବରଣ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ଦିଲ୍ଲୀ ପ୍ରଦୂଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଦୂଷଣକୁ ହ୍ରାସ କରିବାକୁ ଆଉ ପୁରୁଣା ଗାଡ଼ିକୁ ଏଣିକି ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ଦିଆଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ୧୫ ବର୍ଷ ତଳର ପୁରୁଣା ଗାଡ଼ିକୁ ଆଉ ମିଳିବ ନାହିଁ ପେଟ୍ରୋଲ୍ କିମ୍ବା ଡିଜେଲ୍ ।

ଆସନ୍ତା ୩୧ ମାର୍ଚ୍ଚ ଏହି ନୂତନ ନିୟମ ଲାଗୁ କରାଯିବ । ବୈଠକରେ ପୁରୁଣା ଯାନବାହନ ଉପରେ ନିଷେଧ, ବାଧ୍ୟତାମୂଳକ ଧୂଆଁ ବିରୋଧୀ ପଦକ୍ଷେପ ଏବଂ ସାର୍ବଜନୀନ ବିଦ୍ୟୁତ୍ ପରିବହନକୁ ପରିବର୍ତ୍ତନ ସମେତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ଉପରେ ଧ୍ୟାନ ଦିଆଯାଇଥିଲା। ପେଟ୍ରୋଲ ପମ୍ପଗୁଡ଼ିକରେ ଏପରି ଗ୍ୟାଜେଟ୍ ସ୍ଥାପନ କରାଯିବ ଯାହା ୧୫ ବର୍ଷରୁ ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରି ପାରିବ ଏବଂ ସେମାନଙ୍କୁ କୌଣସି ଇନ୍ଧନ ଯୋଗାଇ ଦିଆଯିବ ନାହିଁ । ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ବିଷୟରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟକୁ ମଧ୍ୟ ସୂଚିତ କରାଇବେ ବୋଲି କହିଛନ୍ତି ଶ୍ରୀଯୁକ୍ତ ସିରସା ।

ମନ୍ତ୍ରୀଙ୍କ ସୂଚନା ମୁତାବକ, କେବଳ ପୁରୁଣା ଗାଡ଼ି ନୁହେଁ ବାୟୁ ପ୍ରଦୂଷଣ ସ୍ତରକୁ ରୋକିବା ପାଇଁ ରାଜଧାନୀର ସମସ୍ତ ଉଚ୍ଚ ଅଟ୍ଟାଳିକା, ହୋଟେଲ ଏବଂ ବାଣିଜ୍ୟିକ କମ୍ପ୍ଲେକ୍ସରେ ଆଣ୍ଟି-ସ୍ମଗ୍ ଗନ୍ ଲଗାଯିବା ଉଚିତ । ସେହିପରି ସରକାରଙ୍କ ସ୍ୱଚ୍ଛ ଏବଂ ସ୍ଥାୟୀ ସାର୍ବଜନୀନ ପରିବହନ ପ୍ରୟାସର ଅଂଶ ସ୍ୱରୂପ, ଦିଲ୍ଲୀରେ ପ୍ରାୟ ୯୦ ପ୍ରତିଶତ ସାର୍ବଜନୀନ ସିଏନଜି (ଉଘଏ) ବସ୍ ୨୦୨୫ ଡିସେମ୍ବର ସୁଦ୍ଧା ବନ୍ଦ କରାଯିବ ଏବଂ ତା ବଦଳରେ ଇଲେକ୍ଟ୍ରିକ୍ ବସ୍ ଦ୍ୱାରା ବଦଳାଯିବ । ଏହି ଘୋଷଣାଗୁଡ଼ିକ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବ୍ୟାପକ ପ୍ରୟାସର ଏକ ଅଂଶ ଭାବରେ ଆସିଛି, ଯାହା ସହରବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ବୋଲି କହିଛନ୍ତି ପର୍ଯ୍ୟାବରଣ ମନ୍ତ୍ରୀ ଶ୍ରୀଯୁକ୍ତ ସିରସା ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...