32.9 C
Balāngīr
Wednesday, April 23, 2025

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ; ସୁବର୍ଣ୍ଣପୁର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୨) : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟ ଲାଭ କରିଛି ।

ଏହି ଅବସରରେ ଆଜି ସୋନପୁର ବିଜେପି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ବିଜୟ ଉତ୍ସବ ପାଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆଜି ସଂଧ୍ୟାରେ ବିଜୁ ପଟ୍ଟନାୟକ ଛକ୍ ଠାରେ ଦଳର ବହୁ କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ବାଜା ବଜାଇ ବିଜୟ ଉତ୍ସବ ପାଳନ କରିବା ସହିତ ପରସ୍ପରକୁ ମିଷ୍ଟାନ ଖୁଆଇବା ସହିତ ଲୋକଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ ।

ପରେ ଦଳୀୟ କର୍ମକର୍ତ୍ତା ମାନେ ଏକ ରାଲି ରେ ବାହାରି ବସଷ୍ଟାଣ୍ଡ ପରିକ୍ରମା କରିଥିଲେ । ଏଥିରେ ବଲାଙ୍ଗୀର ସାଂସଦ ପ୍ରତିନିଧି ଶରତ ଶତପଥି, ବରିଷ୍ଠ ନେତା ଶିବପ୍ରସାଦ ସାହୁ, ନିରଞ୍ଜନ ତ୍ରିପାଠୀ, ପର୍ଶୁରାମ ମିଶ୍ର, ନଗର ମଣ୍ଡଳ ସଭାପତି ସୁରେଶ ବିଶ୍ଵାଳ, ଦୀପକ ମହାପାତ୍ର, ସନ୍ତୋଷ କୁମାର ପଧାନ, କାଉନସିଲର ଗଙ୍ଗାଧର ତରିଆ, କୈଳାସ ସାହୁ, ତ୍ରିଲୋଚନ ତରିଆ, ବିବୋକାନନ୍ଦ ମିଶ୍ର, ହିମାଂଶୁ ସାହୁ, ବିକ୍ରମ ମିଶ୍ର, ବିକି ଅଗ୍ରୱାଲ, ଦେବାଷିଶ ପୂଜାରୀ, ରିଙ୍କୁ ପଣ୍ଡା, ସତ୍ୟ ମହାପାତ୍ର, ରାଜେଶ ସାହୁ, ସୁଦାମ ନାଏକ, କାହ୍ନୁ ତରିଆ, ସୁରୁବାବୁ ସାହୁ, ମଣ୍ଟୁ ମିଶ୍ର, ଲକ୍ଷ୍ମୀ ମାହାର ପ୍ରମୁଖଙ୍କ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...