32.9 C
Balāngīr
Sunday, July 20, 2025

ଦୀର୍ଘ ଦିନ ଧରି ସୋନପୁରରେ ରହୁଥିବା ବୃଦ୍ଧାଙ୍କ ମୃତ୍ୟୁ, ସମାଜସେବୀଙ୍କ ସହାୟତାରେ ହେଲା ଅନ୍ତିମ ସଂସ୍କାର

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୫) : ସୁବର୍ଣ୍ଣପୁର ଜିଲ୍ଲାର ଜଣେ ନିସହାୟ ବୃଦ୍ଧା ସୁକଦେବ ସାହୁ ଙ୍କ ବାର୍ଦ୍ଧକ ଜନିତ ରୋଗ ରେ ସ୍ଥାନୀୟ ସୋନପୁର ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁ ହୋଇ ଯାଇଛି l

ଦୀର୍ଘ ଦିନ ଧରି ସୋନପୁରରେ ରହୁଥିବା ବୃଦ୍ଧାଙ୍କ ମୃତ୍ୟୁ, ସମାଜସେବୀଙ୍କ ସହାୟତାରେ ହେଲା ଅନ୍ତିମ ସଂସ୍କାର । ଗତକାଲି ବିଳମ୍ବିତ ରାତିରେ ସମାଜସେଵୀ ଓ ବୃଦ୍ଧା ଶ୍ରମ ର ସଦସ୍ୟ ଙ୍କ ସହାୟତାରେ ତାଙ୍କ ମର ଶରୀରକୁ ରାମେଶ୍ବର ସ୍ତିତ ସ୍ମଶାନ ରେ ଦାହ କରାଯାଇଛି । ପ୍ରକାଶ ଥାଉ କି ସୁବର୍ଣ୍ଣପୁର ଜିଲ୍ଲାର ଏକ ହୋଟେଲ ରେ ବହୁଦିନ ଆଗରୁ କେରୀ କରି ଆସୁଥିବା କଣ୍ଟାମାଳ ଅଂଚଳ ର ସୁକଦେବ ସାହୁଙ୍କୁ ସମାଜ ସେବୀ ମନୋଜ ପଣ୍ଡା ଓ ସାମାଜିକ କର୍ମୀ ପଠାଣ ପଣ୍ଡା ଙ୍କ ତତ୍ବାବଧାନରେ ବୃଦ୍ଧା ଶ୍ରମ ରେ ରଖା ଯାଇଥିଲା । କିଛି ଦିନ ଆଗରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ଥିଲେ ଓ ମେଡିକାଲ ରେ ତାଂକ ମୃତ୍ୟୁ ହେଇଥିଲା ।

ଗତ କାଲି ସନ୍ଧ୍ୟା ରେ ତାଙ୍କ ପରିବାର ଵର୍ଗ କେହି ନ ଥିବାରୁ ତାଙ୍କୁ ସୋନପୁର ରାମେଶ୍ବର ମନ୍ଦିର ପ୍ରାଙ୍ଗଣ ସ୍ମଶାନ ରେ ଦାହ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହେଇଥିଲା । ଏହି ମହତ୍ କାର୍ଯ୍ୟ ରେ ଜିଲ୍ଲା ସେବା ଭାରତୀ ର କାହ୍ନୁ ସାହୁ, ମନୋଜ୍ ପଣ୍ଡା, ଆଶିଷ ମିଶ୍ର, କୁଶ ଭୋଇ, ଦୀପକ ମେଣ୍ଡଲି, ସୁଶାନ୍ତ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...