32.9 C
Balāngīr
Thursday, July 10, 2025

ଦୀର୍ଘ ବର୍ଷ ହେବ ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ଝରୁଛି ବର୍ଷା ପାଣି ,ପ୍ରଶାସନ ନୀରବ

Must read

ରିପୋର୍ଟ : କ୍ଷମା ସାଗର ଦାଶ
ମୁନିଗୁଡ଼ା, (୧୪/୮) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଳକ ଅନ୍ତର୍ଗତ ସୀମାନ୍ତ କଳାହାଣ୍ଡି ଜିଲ୍ଲା ପାଖ ଗାଁ ଡମଣୀପାଡି ।WhatsApp Image 2024 08 14 at 11.27.42 ଦୀର୍ଘ ବର୍ଷ ହେବ ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ଝରୁଛି ବର୍ଷା ପାଣି ,ପ୍ରଶାସନ ନୀରବ

ଦୀର୍ଘ ବର୍ଷ ହେବ ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ଝରୁଛି ବର୍ଷା ପାଣି ,ପ୍ରଶାସନ ନୀରବ । ଏହି ଗାଁ’ର ଅଙ୍ଗନବାଡ଼ି କେନ୍ଦ୍ର ରେ ୧୧ଜଣ କୁନି କୁନି ଛୁଆ ଅଙ୍ଗନବାଡ଼ି କେନ୍ଦ୍ରକୁ ନିୟମିତ ଆସିଥାନ୍ତି । ଏହି କୁନି କୁନି ପିଲାମାନଙ୍କୁ ନାଚ ଗିତ ଅଭିନୟ ସଙ୍ଗୀତ ଓ ଗପ ସିଖାଇବା ସହିତ ସାଧାରଣ ଜ୍ଞାନ ଶିଖାଇବା ସେମାନଙ୍କୁ ବିଦ୍ୟାଳୟ ଓ ପାଠପ୍ରତି ଆଗ୍ରହ ସୃଷ୍ଟି କରାଇବା ଏହି ଗ୍ରାମ୍ୟ ଚାଟଶାଳୀ ଅଙ୍ଗନବାଡ଼ି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ । ଏଠାରେ ପିଲାମାନଙ୍କୁ ପୌଷ୍ଟିକ ଆହାର ଗରମ ରନ୍ଧା ଖାଦ୍ୟ,ବିଭିନ୍ନ ଦାନାଯୁକ୍ତ ଲଡୁ,ଚଣା ଆଦି ଖାଇବାକୁ ଦିଆଯାଇଥାଏ । ପ୍ରାଥମିକ ସ୍ତରରୁ ଆମ ପିଲା ଶଶକ୍ତ ସମର୍ଥ ଓ ସ୍ଵାଭିମାନୀ ହୋଇ ଆଗକୁ ବଢ଼ିବେ ଏହି ଲକ୍ଷ ନେଇ ଅବିଭାବକ ତାଙ୍କ ପିଲାମାନଙ୍କୁ ଏଠାକୁ ଛାଡ଼ିଥାନ୍ତି।ହେଲେ ଏଠାରେ ପିଲାମାନେ ବିପଦ ସଙ୍କୁଳ ଅବସ୍ଥା ମଧ୍ୟରେ ପାଠ ପଢିଥାନ୍ତି ।

ଏ ବିଷୟ କୁ ନେଇ ତତ୍କାଳୀନ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ସହିତ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ମାନଙ୍କ ତରଫରୁ ଅବଗତ କରାଯାଇଥିଲେ ମଧ୍ୟ କିଛି ଫଳ ମିଳିଲାନି ।ସେସମୟରେ ରାଜ୍ୟ ସରକାର ଫାଇବ ଟି,ଆମ ଓଡ଼ିଶାର ନାଚ,ଗୀତ ଯୋଜନା ଭିତରେ ଭୁଲିଗଲା କୁନିକୁନି ପିଲାମାନଙ୍କ ଅନ୍ତର୍ନିହିତ ବିକାଶର ପ୍ରାଣକେନ୍ଦ୍ର ଏହି ଚାଟଶାଳୀକୁ । ଏବେବି ସେହି ବିପଦ ସଙ୍କୁଳ ଅଙ୍ଗନବାଡ଼ି କେନ୍ଦ୍ରରେ କୁନି କୁନି ଛୁଆମାନେ ଶିକ୍ଷା ନେଉଥିବା ଦେଖିବାକୁ ମିଳୁଛି ।

ଯଦି କୌଣସି ସମୟରେ କିଛି ଦୃଘଟଣା ଘଟେ ତାହା ପାଇଁ ଦାୟୀ କିଏ ହେବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତିି । ଦୁଃଖର ବିଷୟ ଏବେ ବର୍ଷା ଋତୁରେ ଅଙ୍ଗନବାଡ଼ି କେନ୍ଦ୍ରର ଛାତରୁ ବର୍ଷାପାଣି ଗଳି କେନ୍ଦ୍ରରେ ଆଣ୍ଟୁଏ ପାଣୀ ଜମିହୋଇ ରହୁଅଛି।ସେହି କେନ୍ଦ୍ରର ଅଙ୍ଗନବାଡ଼ି ଦିଦି ବହୁବାର ଅଭିଯୋଗ କରିଆସୁଅଛନ୍ତି କି ଛାତରୁ ପାଣୀ ଗଳୁଅଛି ଏହାର ମରାମତୀ କରାଯାଉ । କିନ୍ତୁ କେହି ଗୁହାରୀ ସୁଣୁ ନଥିବା ସେ କହିଛନ୍ତି।ଏହି ଗ୍ରାମର ଗ୍ରାମବାସୀ ତଥା ୱାଡ ମେମ୍ବର ଗ୍ରାମ ପଞ୍ଚାୟତରେ ମଧ୍ୟ ବହୁବାର ଅଭିଯୋଗ କରି ଆସୁଅଛନ୍ତି ।

ଆଜି ପର୍ଯ୍ୟନ୍ତ ମରାମତି ନ କରାଯିବା ଦୁଃଖ ଓ ପରିତାପର ବିଷୟ ବୋଲି ଗ୍ରାମର ଗ୍ରାମବାସୀ ଗୋବିନ୍ଦ ବଚା, ନନ୍ଦ ସୁନା, ୱାଡ ମେମ୍ବର ମହାନାବତୀ ବଚା ଓ ଖଗେଶ୍ବର ବଚା ଦୁଃଖର ସହ ପ୍ରକାଶ କରିଛନ୍ତି।ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଗୀତ ନାଚ ଅଭିନୟ ସଙ୍ଗୀତ ଓ ଗପ ସିଖୁଥିବା କୁନି କୁନୀ ଛୁଆଙ୍କ ଜିବନ ବିପଦପୂର୍ଣ୍ଣ ଥିବା ଅଭିଭାବକ ଅଭିଯୋଗ କରିଛନ୍ତି।ଡମଣୀପାଡି ଗାଁ’ର ଅଙ୍ଗନବାଡ଼ି କେନ୍ଦ୍ର ମରାମତୀ ପାଇଁ ପ୍ରଶାନ କି ପଦକ୍ଷେପ ନେଇଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା। ସେହିପରି ଗୋଛାପଡା ଅଙ୍ଗନବାଡ଼ି କେନ୍ଦ୍ରର ଅବାସ୍ଥା ଏକାଭଳି ରହିଅଛି ଏହି ଦୁଇ ଅଙ୍ଗନବାଡ଼ି ସମତେ ଆଉ ଅନେକେ ଅଙ୍ଗନବାଡ଼ି କେନ୍ଦ୍ର ର ଅଵସ୍ଥା ରହିଥିବା ଜଣାପଡିଛି । ଏଣୁ ଏହା ର ତଦନ୍ତ କରି ଅଙ୍ଗନବାଡ଼ି କେନ୍ଦ୍ର ମରାମତି କରାଯିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...