32.9 C
Balāngīr
Thursday, July 10, 2025

ଦୁଇ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ; ଦୁଇ ସ୍ଵଜଳ ଧାରା ଓ ୫ ସୌରାଚାଳିତ ନଳକୂଅ ଉଦଘାଟିତ

Must read

ରାୟଗଡା, (୧୩/୦୬) : ଆପ୍ର. : ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ାସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ ସହଯୋଗୀ କମ୍ପାନୀ ପକ୍ଷରୁ ଦୁଇଗୋଟି ସ୍ଵଜଳ ପ୍ରକଳ୍ପ ଓ ପାଞ୍ଚଗୋଟି ସୌରାଚାଳିତ ନଳକୂପ ଉଦ୍ଘାଟିତ ହୋଉଯାଇଛି ।WhatsApp Image 2025 06 13 at 19.03.55 ଦୁଇ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ; ଦୁଇ ସ୍ଵଜଳ ଧାରା ଓ ୫ ସୌରାଚାଳିତ ନଳକୂଅ ଉଦଘାଟିତ

ଉତ୍କଳ ଆଲୁମିନା ଖଣି ମୁଖ୍ୟ ବିଜୟ ଚୌହାନ ସମେତ କାରଖାନା ସି.ଏସ.ଆର ବିଭାଗ କର୍ମକର୍ତା କାଶୀପୁର ବ୍ଲକ କୋଡ଼ିପାରି ପଂଚାୟତ କାଳିଆ ଚାଁଚେରା ଓ ରୟାଲଘାଟି ଗାଁରେ ଉପସ୍ଥିତ ରହି ଜଳଯୋଗାଣ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଦୀର୍ଘ ଦଶନ୍ଧିରୁ ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ନ ପାଇ ସ୍ଥାନୀୟ ଝରଣା ଓ ନାଳ ପାଣି ଉପରେ ନିର୍ଭରଶୀଳ ଥିଲେ । ପାନୀୟ ଜଳ ନମିଳିବାରୁ ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ସମୟରେ ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜଳବାହକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ଭର୍ତି ହୋଇ ମର୍ତ୍ୟୁ ସହ ସଂଗ୍ରାମ କରିଥାନ୍ତି । ସମ୍ପ୍ରତି ସମସ୍ୟା ଦୀର୍ଘଦିନରୁ ଚାଲିଥିବା ବେଳେ, ଉତ୍କଳ ଆଲୁମିନା ତରଫରୁ ଗ୍ରାମବାସୀଙ୍କ ଏହି ସମସ୍ୟା ସମାଧାନ ନିମନ୍ତେ ଆଗକୁ ଆସି ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରୟାସ କରାଯାଇଛି ।WhatsApp Image 2025 06 13 at 19.03.56 ଦୁଇ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ; ଦୁଇ ସ୍ଵଜଳ ଧାରା ଓ ୫ ସୌରାଚାଳିତ ନଳକୂଅ ଉଦଘାଟିତ

ଏହି ପରିପ୍ରେକ୍ଷୀରେ ଉକ୍ତ ଦୁଇଟି ଗ୍ରାମରେ ଲୋକଙ୍କୁ ହାତ ପାଆନ୍ତାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ଦୁଇଗୋଟି ସ୍ଵଜଳ ଧାରା କାର୍ଯ୍ୟକ୍ଷମ କରାଯଇଛି । ସେହିପରି ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଞ୍ଚ ଗୋଟି ସୌରାଚାଳିତ ନଳକୂଅ କାର୍ଯ୍ୟକ୍ଷମ କରାଯାଇଛି । ଉତ୍କଳ ଆଲୁମିନା ତରଫରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି । କମ୍ପାନୀର ଏଭଳି ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ଗାଁ ଲୋକେ ପ୍ରଶଂସା କରୁଥିବାବେଳେ, ସ୍ଥାନୀୟ ବାସିନ୍ଦା ମାଳିଆ ମାଝୀ କହିଛନ୍ତି, ଗାଁରେ ଲୋକେ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ନାହିଁନଥିବା କଷ୍ଟ ସ୍ୱୀକାର କରୁଥିଲେ ।

ବର୍ଷା ଦିନେ ପ୍ରାକୃତିକ ଜଳଉତ୍ସ ଦୂଷିତ ହୋଇଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ଗାଁ ଲୋକେ ସମସ୍ୟାରେ ଜର୍ଜରିତ ହୋଇଥିଲେ । ଉତ୍କଳ ଆଲୁମିନା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିବାରୁ ଗାଁ ଲୋକେ ପ୍ରଥମ ଥର ସୁଦ୍ଧ ପାନୀୟ ଜଳ ବ୍ୟବହାର କରିବେ ବୋଲି ଶ୍ରୀ ମାଝି ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...