ନୂଆପଡ଼ା, (୨୯/୦୬) : ନୂଆପଡା ଜିଲ୍ଲା ବାଞ୍ଜିବାହାଲ-ପଲସିପାଣି ରାସ୍ତାରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।
ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇଟି ବାଇକରେ ୭ ଜଣ ବସି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତକମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତ ପଲସିପାଣି ଗାଁ’ର ଗୋଟିଏ ପରିବାରର । ସେମାନେ ହେଲେ ଲଳିତ ଶବର, ତାଙ୍କ ଭଉଣୀ ସୁନାଫୁଲ ଏବଂ ଝିଅ ଦିଲେଶ୍ଵରୀ । ଅନ୍ୟ ଜଣେ ମୃତକ ହେଲେ ପାଇକମାଳ ଥାନା ଚୁହୁରାପାଲି ଗାଁର କ୍ଷୀର ରାଉଳ ।