ବାଲିଗୁଡା, (୧୦/୬) : ଆପ୍ର. : ଦୁଇ ସାଙ୍ଗ ମଧ୍ୟରେ ସାମାନ୍ୟ ବଚସାରୁ ପିଟି ପିଟି ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି ବାଲିଗୁଡା ସହର ହାଟପଦା ସାହିରେ ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ ବାଲିଗୁଡ଼ା ମୁଣ୍ଡାସାହିର ଶଙ୍କର ନାୟକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସୋମବାର ରାତିରେ ନୂଆସାହିର ନୀରାକାର ନାୟକ ଓ ଶଙ୍କର ନାୟକ ଦୁଇ ସାଙ୍ଗ ହୋଇ ମଦ ପିଇଥିଲେ ପରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ନୀରାକର ଉତ୍କ୍ଷିପ୍ତ ହୋଇ କାଠ ଫାଳିଆ ଓ ଇଟାରେ ପ୍ରହାର କରିଥିଲା । ଯେଉଁଥିରେ ଶଙ୍କରଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ହତ୍ୟା ପରେ ଅତି ଅମାନୁଷିକ ଭାବେ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ କମିଟି ଗୃହ ନିକଟରେ ରଖିଥିଲା ।
ପରେ ମଙ୍ଗଳବାର ଦିନ ସକାଳ ସ୍ଥାନୀୟ ଲୋକ ଶବକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ବାଲିଗୁଡ଼ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଅଭିଯୁକ୍ତ ନୀରାକାରକୁ ଅଟକ ରଖି ଜେରା କରୁଛି ପ ବାଲିଗୁଡା ପୋଲିସ ।