କାମାକ୍ଷାନଗର, (୨୩/୦୬) : ଆପ୍ର. : ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ ପରେ ରାସ୍ତାରୋକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ରାମିଆଳ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ହାଟ କରିବାକୁ ଗଲା ବେଳେ ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗାଲୁକାଟେଣୀ ଗାଁର ଜୟଧର ସାହୁ । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ଡୁବୁରୀ-ତାଳଚେର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି । ପୋଲିସ ପହଂଚି ବୁଝାସୁଝା କରିଥିଲେ ବି ଜିଦ୍ ରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ । ୫୩ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଥିବା ଅଭିଯୋଗ ହୋଇଛି।