32.9 C
Balāngīr
Sunday, July 20, 2025

ଦୁର୍ନୀତି ବିରୋଧୀ ସଂଗ୍ରାମ ପାଇଁ ପୂର୍ବ ସରକାରଙ୍କର ଇଚ୍ଛାଶକ୍ତି ନ ଥିଲା : ପ୍ରଧାନମନ୍ତ୍ରୀ

Must read

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୧/୧୦) : ଯିଏ ଯେତେ ଶକ୍ତିଶାଳୀ ହୋଇ ଥାଆନ୍ତୁ, ଦେଶକୁ ଲୁଟ୍ କରୁଥିବା ବ୍ୟକ୍ତିଙ୍କୁ ସରକାର ଛାଡୁ ନାହାନ୍ତି । କିନ୍ତୁ ଦୁର୍ନୀତି ବିରୋଧୀ ସଂଗ୍ରାମ କରିବା ପାଇଁ ପୂର୍ବ ସରକାର ର ଇଚ୍ଛାଶକ୍ତି ନ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତିି ।

ଆଜି ଗୁଜରାଟରେ ଆୟୋଜିତ ‘ସେଣ୍ଟ୍ରାଲ୍ ଭିଜିଲାନ୍ସ କମିସନ୍’ (ସିଭିସି) ଏବଂ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ର (ସିବିଆଇ) ମିଳିତ ଅଧିବେଶନରେ ‘ଭର୍ଚ୍ୟୁଆଲ୍’ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବେ ସରକାର ଯେମିତି ଚାଲୁଥିଲା, ଯେଉଁ ଭଳି ଶାସନ ବ୍ୟବସ୍ଥା କାର୍ଯ୍ୟ କରୁଥିଲା, ସେଥିରେ ଉଭୟ ରାଜନୈତିକ ଏବଂ ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତି ବିରୋଧୀ ସଂଗ୍ରାମ ପାଇଁ ଇଚ୍ଛାଶକ୍ତି ନ ଥିଲା । ଦୁର୍ନୀତି ଉପରେ ଜୋରଦାର ଚଢ଼ାଉ ପାଇଁ ଏବେ ରାଜନୈତିକ ଇଚ୍ଛାଶକ୍ତି ଅଛି । ପ୍ରଶାସନିକ ସ୍ତରରେ ମଧ୍ୟ ନିରନ୍ତର ଉନ୍ନତିକରଣ କରାଯାଉଛି ।

ଦେଶକୁ ଠକି ଜନତାଙ୍କୁ ଲୁଟୁଥିବା ଲୋକେ ଯେତେ ଶକ୍ତିଶାଳୀ ହୁଅନ୍ତୁ, ଯେଉଁଠି ଥାଆନ୍ତୁ ପଛକେ, ସେମାନଙ୍କ ପ୍ରତି ଦୟାମାୟା ପ୍ରଦର୍ଶନ ହେଉନାହିଁ । ସରକାର ସେମାନଙ୍କୁ ଛାଡୁ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁର୍ନୀତିକୁ ପ୍ରତିହତ କରିବା ସମ୍ଭବ ବୋଲି ଗତ ୬/୭ ବର୍ଷର ଉଦ୍ୟମ କରି ଆମେ ଦେଶବାସୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରାଇ ପାରିଛୁ ।

ବିନା ମଧ୍ୟସ୍ଥରେ ସରକାରୀ ଯୋଜନାରୁ ଉପକୃତ ହେବା ସମ୍ଭବ ବୋଲି ଆଜି ଦେଶବାସୀ ବିଶ୍ୱାସ କଲେଣି । ସମସ୍ତ କ୍ଷେତ୍ରରୁ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ଆପଣଙ୍କୁ ପୁନଃ ଉତ୍ସର୍ଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ‘ସିବିଆଇ’ ଏବଂ ‘ସିଭିସି’ ଅଫିର୍ସମାନଙ୍କୁ ଆହ୍ୱାନ ଦେଇଛନ୍ତି |

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...