ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା-(୨୫/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଖାଁ ଖାଁ ଦେଖିବାକୁ ମିଳିଛି । ଦେବଗିରୀ ପଞ୍ଚ ମୁକେଶ୍ୱର ଶୈବପୀଠ ରେ ମଧ୍ୟ ଅଲ୍ପ ଶିଵ ଭକ୍ତ ଙ୍କ ମଧ୍ୟରେ ଦର୍ଶନ ହୋଇଛି |
ଆଜି କାର୍ତ୍ତିକ ମାସ ଶୈବପୀଠ ରେ ଭକ୍ତ ଙ୍କ ଭିଡ ରହିବା କଥା ହେଲେ ମହାମାରୀ କୋରନା କୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି ରଖିଥିବାରୁ ମନ୍ଦିରକୁ ସ୍ୱଳ୍ପ ଭକ୍ତଖାଁ ଖାଁ ଦେଖାଯାଉଛି । ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ସୋମବାର ଦିନ ବହୁ ଧୂର ର ଭକ୍ତ ମାନେ ନାରାୟଣ ପୁର ରାମ ଲିଙ୍ଗେଶ୍ୱର , ଦେବଗିରୀ ପଞ୍ଚ ମୁକେଶ୍ୱର,ସତୀ ତୁଟା ଶିଵ ମନ୍ଦିର ଓ କୋରାପା ଶିବ ଶୈବପୀଠରେ ଭିଡ଼ ରହୁଥିବା ବେଳେ ଚଳିତ ବର୍ଷ ଅଲ୍ପ ଭକ୍ତ ଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିବା ବେଳେ ସ୍ଥାନୀୟ କଲ୍ୟାଣୀ ଯୁବ ସଙ୍ଘଠନ ଓ କ୍ରାନ୍ତିକାରି ଆଶ୍ରମ ମିଳିତ ଭାବେ ନିମିତ୍ତ ସଂଖ୍ୟାରେ ଆସିଥିବା ଭକ୍ତ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଏଥିରେ ସଙ୍ଘଠନ ର ଶଙ୍କର ୱାଡାକା, ହରି ହିକକା, ମଣି ୱାଡାକା ଓ ମିଥୁନ କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ ।