32.9 C
Balāngīr
Saturday, April 26, 2025

ଦ୍ରୁତଗତିରେ ଗାଡ଼ି ଚାଳନାକୁ ବିରୋଧ କରିବାରୁ ଡ୍ରାଇଭର ର ଉନ୍ମତ୍ତକାଣ୍ଡ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଳେଶ୍ଵର, (୨୩/୦୨) : ସତ କହିବାରୁ ଭାରି ବାଧିଲା । ତେଣୁ ଭଲ ମନ୍ଦ ବିଚାର ନକରି ଜୀବନରୁ ମାରିଦେବାକୁ କଲା ଉଦ୍ୟମ । ଗାଳିଗୁଲଜ ସହ ମାରିଲା ଭୁଜାଲିରେ ଚୋଟ ।

ଦ୍ରୁତଗତିରେ ଗାଡ଼ି ଚାଳନାକୁ ବିରୋଧ କରିବାରୁ ଡ୍ରାଇଭର ର ଉନ୍ମତ୍ତକାଣ୍ଡ । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ । ଆଜିକାଲି ଭଲ କହିଲେ ବି ଖରାପ । କିଛି ଲୋକ ନିଜର ଭୁଲ୍ ପାଇଁ କେବେବି ପଶ୍ଚାତାପ କରନ୍ତି ନାହିଁ । ଓଲଟି ବାହାଦୂରିଆ ମାରି ଏମିତି କାଣ୍ଡ ଭିଆଇଥାନ୍ତି, ଯାହା ଏ ସଭ୍ୟ ସମାଜ ପାଇଁ ଜମାରୁ ଗ୍ରହଣୀୟ ନୁହେଁ । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଦ୍ରୁତଗତିରେ ଗାଡ଼ି ଚାଳନାକୁ ବିରୋଧ କରିବାରୁ ଖାଇବାକୁ ପଡିଲା ଭୁଜାଲି ଚୋଟ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନଳବହାର ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ଖବର ମୁତାବକ, ଦ୍ରୁତ ଗାଡ଼ି ଚାଳନାକୁ ବିରୋଧ କରିବାରୁ ଟାଟା ଏସି ଗାଡ଼ି ଡ୍ରାଇଭରର ଉନ୍ମତ୍ତକାଣ୍ଡ ଏବେ ସମସ୍ତଙ୍କୁ କରିଛି ଆତଙ୍କ । ସାମାନ୍ୟ କଥାକୁ ନେଇ ଡ୍ରାଇଭରର ଭୁଜାଲି ଚୋଟରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ, ତିନ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗତକାଲି ରାତିରେ ନାଳବାହାର ଗ୍ରାମର ସୁଶାନ୍ତ ବାରିକ ନଳବାହାର ଛକ ଠାରେ ଥିବା ନିଜର ସେଲୁନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ସେହି ସମୟରେ ଗ୍ରାମର ଅଣ ଓସାରିଆ ରାସ୍ତାରେ ଏକ ଟାଟା ଏସି ଗାଡ଼ି ଦ୍ରୁତଗତିରେ ତାଙ୍କ ଉପରକୁ ମାଡି ଆସିବାରୁ ସେ ଜୀବନ ବିକଳରେ ବିଲକୁ ଡେଇଁ ପଡିଥିଲେ ।

ଏନେଇ ସୁଶାନ୍ତ ଉକ୍ତ ଟାଟା ଏସି ଗାଡିର ଡ୍ରାଇଭର ରୁଦ୍ର ଦାସକୁ ତାଗିଦ କରିବାରୁ ଡ୍ରାଇଭର ଜଣକ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରି ସେଠାରୁ ପଳାଇ ଯାଇଥିଲା । ତେବେ ଏତିକିରେ କଥା ସରିନଥିଲା ଆଜ୍ଞା । କିଛି ସମୟ ପରେ ଡ୍ରାଇଭର ରୁଦ୍ର ସୁଶାନ୍ତଙ୍କ ଘରକୁ ଆସି ତାଙ୍କ ପରିବାର ଲୋକଙ୍କୁ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲା । ଆକ୍ରମଣରେ ସୁଶାନ୍ତଙ୍କ ପରିବାରର ୫ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବସ୍ତା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏପଟେ ଖବର ପାଇ ବସ୍ତା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ ରୁଦ୍ରକୁ ଥାନାକୁ ଆଣି ଅଟକ ରଖିବା ସହ ପଚରାଉଚରା କରୁଛି ।

ଆଜିକାଲି ସବୁଠି ଦ୍ରୁତଗତିରେ ଗାଡି ଚଳାଇବା ଦ୍ୱାରା ଅନେକ ଅଘଟଣ ଘଟୁଛି । ହେଲେ ଆଜିର ଏହି ଘଟଣାରେ ଦ୍ରୁତଗତିରେ ଗାଡି ଚଳାଇବାକୁ ବାରଣ କରିବାରୁ ଘଟିଛି ଅଘଟଣ । ଏଭଳି ବେପରୁଆ ଡ୍ରାଇଭର ମନ ଇଚ୍ଛା ଗାଡି ଚଳାଇବେ ଆଉ ଏମାନଙ୍କୁ କିଛି କହିବନି । ନା କଣ ଦର୍ଶକବନ୍ଧୁ । ତେବେ ଏଭଳି ଏକ ଘଟଣାକୁ ସଭିଏଁ ନିନ୍ଦା କରିବା ସହ, ଦୋଷୀ ବିରୋଧରେ ଦଣ୍ଡ ବିଧାନ ହେବା ସହ ପୀଡିତ ପରିବାରଙ୍କୁ ନ୍ୟାୟ ମିଳିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...