32.9 C
Balāngīr
Wednesday, April 30, 2025

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ

Must read

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୦୮/୦୮) : ଜଣେ ବ୍ୟକ୍ତିଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ତାଙ୍କର ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଜାମଗାଁ’ରେ ।

ମୃତ ମହିଳାଙ୍କ ନାଁ ବାରୁଣୀ ଜଗତ । ଜାମଗାଁର ହେରମ୍ୱ ଜଗତ ଦୁଇ ଜଣଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁ ବାରୁଣୀ ଜଗତ ଓ ଦ୍ୱିତୀୟ ସ୍ତ୍ରୀଙ୍କ ନାଁ ମାଧୁରୀ ଜଗତ। ବାରୁଣୀ ଓ ମାଧୁରୀଙ୍କ ମଧ୍ୟରେ ପ୍ରାୟତଃ କଳିଝଗଡ଼ା ଲାଗି ରହୁଥିଲା । ଗତ ୫ ତାରିଖ ଦିନ କୌଣସି କଥାକୁ ନେଇ ବାରୁଣୀ ଓ ମାଧୁରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା । ଏହି ସମୟରେ ମାଧୁରୀ ଏକ ଷ୍ଟିଲ୍ ବାଲ୍‌ଟିରେ ବାରୁଣୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ବାରୁଣୀଙ୍କୁ ତାଙ୍କ ସ୍ୱାମୀ ହେରମ୍ବ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ ।

ସେଠାରେ ଚିକିତ୍ସିତ ହୋଇ ସେହିଦିନ ବାରୁଣୀ ଘରକୁ ଫେରି ଆସିଥିଲେ । ତେବେ ଗତକାଲି ସନ୍ଧ୍ୟାରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା । ବାରୁଣୀଙ୍କ ମୃତ୍ୟୁ ପରେ ତାଙ୍କ ବାପ ଘର ଲୋକେ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବାରୁଣୀଙ୍କ ସ୍ୱାମୀ ହେରମ୍ୱ ଓ ମାଧୁରୀ ଦେଇଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି ।

- Advertisement -spot_img

More articles

- Advertisement -spot_img

Latest article

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ପାଣି ପାଇଁ ରାଜ ରାସ୍ତାରେ ମହିଳା

ଟିଟିଲାଗଡ଼, (୨୯/୦୪) : ଆପ୍ର. : ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଳ କଷ୍ଟ ମଧ୍ୟ ଦେଖା ଦେଇଛି । ଗୁଡ଼ଭେଳା ବ୍ଲକ ଧରୁଆପଡା ଛକରେ ମହିଳାମାନେ ରାଜରାସ୍ତାକୁ ଓଲ୍ଲାଇ...

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର, (୨୯/୦୪) : ଆପ୍ର. : ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ବରମୁଣ୍ଡା ଅଞ୍ଚଳ ସ୍ଥିତ ଦଳିତ ସାହିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକ ଉକ୍ତ ଅଂଚଳର ରାହୁଲ...

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ

ମୟୁରଭଞ୍ଜ, (୨୯/୦୪) : ଆପ୍ର. : ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଅମରଦାର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏହି ଦୁଖଦ ଘଟଣା । ମୃତକ ହେଲେ...

ଅଶ୍ଳୀଳ ଭିଡିଓ ଦେଖିବା ପରେ ୪ ବର୍ଷୀୟା ଭାଣିଜୀକୁ ଦୁଷ୍କର୍ମ କରି ହତ୍ୟା, ମାମୁ ଗିରଫ

ଗଞ୍ଜାମ, (୨୯/୦୪) : ଆପ୍ର. : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁ କନ୍ୟାକୁ ନିଜ ମାମୁ...