32.9 C
Balāngīr
Monday, April 28, 2025

ଧନୁଯାତ୍ରା ପାଇଁ ବରଗଡ଼ରେ ବଦଳିଲା ସ୍କୁଲ, କଲେଜ ସମୟ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୦୬/୦୧) : ଧନୁଯାତ୍ରା ପାଇଁ ବରଗଡ଼ରେ ବଦଳିଲା ପାଠପଢା ସମୟ । ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ଶିକ୍ଷା ବିଭାଗ ଆସନ୍ତା ୬ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଥୁରାନଗରୀରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢା ସମୟକୁ ପରିବର୍ତ୍ତନ କରିଛି ।

ଏଣିକି ଧନୁଯାତ୍ରା ମହୋତ୍ସବ ସରିବା ପର୍ଯ୍ୟନ୍ତ ବରଗଡ଼ ସହରରେ ରହିଥିବା ସମସ୍ତ ସ୍କୁଲ, କଲେଜ ଗୁଡ଼ିକରେ ସକାଳ ୮ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢା ଚାଲିବ । ଧନୁଯାତ୍ରା ସରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ଛାତ୍ରୀଛାତ୍ରଙ୍କ ପାଠପଢା ପୁଣି ଆରମ୍ଭ ହେବ । ବରଗଡ଼ର ମୁକ୍ତାକାଶ ରଙ୍ଗମଞ୍ଚରେ ଜମୁଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ରାଜୁତିରେ ଥରହର ହେଉଛି ମଥୁରା ନଗରୀ । ଦିନରେ ନଗର ଭ୍ରମଣ ଓ ରାତିରେ ରାଜ ଦରବାରରେ ଶାସନ କରୁଛନ୍ତି କଂସ ମହାରାଜ । ମଥୁରାରେ ନଗର ଭ୍ରମଣ କରୁଛନ୍ତି ମହାରାଜ କଂସ। ଲୋକଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...