ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଠାରେ ୨୦ତମ ଆଞ୍ଚଳିକ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଆଜି ଦଶମ ରଜନୀରେ ମଥୁରାଧିପତି ମହାରାଜ କଂସ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ଅକ୍ରୁରଙ୍କ ସହ ମଥୁରା ଆଗମନ ର ସୂଚନା ପାଇ ମହାରାଜ ଭୟଭୀତ ଓ ଚିନ୍ତାଗ୍ରସ୍ତ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା ।
ସେହିପରି ଗୋପପୁର (ଅରିଗାଁ ବସ୍ତି ମଣ୍ଡପ) ଠାରେ ଗୋପିଙ୍କ ଦହି ବିକା ଓ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଗୋପପୁରରୁ ବିଦାୟ ନେବା ବେଳେ ଗୋପୀଙ୍କ କାନ୍ଦ ବୋବାଳି ଇତ୍ୟାଦି ଦୃଶ୍ୟ ଅଭିନୀତ ହୋଇଥିଲା। ମହାରାଜ କଂସଙ୍କ ନିର୍ଦ୍ଦେଶରେ ରାଜ ଦରବାରକୁ ଅତିଥି ଭାବେ ନାଟ୍ୟଶ୍ରୀ ଗଦାଧର ବାରିକ, ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର କମିଟି ର ସଭାପତି ସନ୍ତୋଷ ପଣ୍ଡା , ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶ, ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତା ଜିଡେନ୍ଦ୍ରୀୟ ହୋତା ଓ ଅଭିନେତ୍ରୀ ଚନ୍ଦନା ସିଂ ପ୍ରମୁଖ ଯୋଗ ଦେଇଥିଲେ । ସେମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଏହି ସଭାରେ କାର୍ଯକାରୀ ସଭାପତି ବିଶ୍ବମ୍ବର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ହିମାଂଶୁ ଭୂଷଣ ପଣ୍ଡା ସଂଯୋଜନା କରିଥିଲେ । ଶେଷରେ ସୌମ୍ୟରଞ୍ଜନ ନାଇକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଧନୁଯାତ୍ରା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି ।