32.9 C
Balāngīr
Saturday, April 26, 2025

ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ

Must read

ରିପୋର୍ଟ : ଦେଵାବଦତ୍ତ ପଣ୍ଡା
କଳାହାଣ୍ଡି, (୨୬/୧୨) : ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଧର୍ମଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ବିଧାୟକ, ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 12 26 at 19.54.15 ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ

ଏହି ସମୀକ୍ଷା ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଅନୁସୂଚିତ ଜାତି, ଜନଜାତି,, ଖାଦ୍ୟ ସୁରକ୍ଷା, ସହର ଏବଂ ଗ୍ରାମ୍ୟ ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ,ଖଣି ସମସ୍ୟା, ଶ୍ରମିକ ସମସ୍ୟା, ଗମନା ଗମନ, ସାମାଜିକ ସୁରକ୍ଷା, ପଶୁପାଳନ, କୃଷି,ମତ୍ସ, ଜଳ ସେଚନ, ଧାନ କ୍ରୟ ବିକ୍ରୟର ସୁବ୍ୟସ୍ଥା ଉପରେ ଆଲୋଚନା କରା ଯାଇଥିଲା । ଧର୍ମଗଡ ବିଧାନସଭା ମଣ୍ଡଳୀର ବିଭିନ୍ନ ସମସ୍ୟା ଓ ତାରା ସମାଧାନ ସମ୍ପର୍କରେ ବିଧାୟକ ଶ୍ରୀ ପାଟଯୋଷୀ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଧର୍ମଗଡ ନିର୍ବାଚନମଣ୍ଡଳୀ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଜଳସେଚନ, ଗମନାଗମନ ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଓ ବିକାଶ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନ୍ ହୋଇ ଲୋକଙ୍କ ହିତରେ ସେବା ମନୋଭାବ ନେଇ କାମ କରିବା ପାଇଁ ବିଧାୟକ ଶ୍ରୀ ପାଟଯୋଷୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ର ସରକାର ହେଉଛନ୍ତି ଲୋକଙ୍କର ସରକାର, ଜନସାଧାରଣଙ୍କ ହିତରେ ସମସ୍ତ ସରକାରୀ ଅଧିକାରୀ କର୍ତ୍ତବ୍ୟ ନିଷ୍ଠା ଭାବରେ କାର୍ଯ୍ୟ କରିବା ପାଇଁ ମାନ୍ୟବର ବିଧାୟକ ପରାମର୍ଶ ଦେଇଥିଲେ। ବିଶେଷ କରି ବିକାଶ ମୂଳକ କାର୍ଯ୍ୟରେ ବିଭାଗୀୟ ଆଧିକାରୀ ମାନେ ବିଶେଷ ଗୁରୁତ୍ୱ ଦେବାକୁ ଶ୍ରୀ ପାଟଯୋଷୀ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଅଧକାରୀ, ଜିଲ୍ଲାପରିଷଦ, ଦୟାମୟ ପାଢି, ଡି ଏଫ୍ ଓ, କଲାଇ ବନାନ୍, ଉପ ଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚାକମା, ଉପ ନିର୍ଦେଶକ, ଜିଲ୍ଲା ଯୋଜନା ଓ ସମନ୍ଵୟ ବିଭାଗ, ଶ୍ରୀକାନ୍ତ ଦଲେଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଚେତା ପାଣି, ମୁଖ୍ୟ ଜିଲା କୃଷି ଅଧିକାରୀ ମଳୟ କୁମାର ପରିଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ଥରୀୟ ପଦାଧିକାରୀ, ବ୍ଲକ ଉନ୍ନୟନ ଅଧକାରୀ, ତହସିଲଦାର, ଧର୍ମଗଡ଼,କୋକସରା, କଲମପୁର, ଜୟପାଟଣା,, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ ଏ ସି, ଧର୍ମଗଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପ ନିର୍ଦେଶକ ଜିଲ୍ଲା ଯୋଜନା ଓ ସମନ୍ଵୟ ବିଭାଗ ଶ୍ରୀ ଦଲେଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...