32.9 C
Balāngīr
Saturday, July 12, 2025

ଧଳା ଜହର ସହିତ କାର ଜବତ, ୪ ଗିରଫ

Must read

ସମ୍ବଲପୁର, (୨୯/୦୬) : ଆପ୍ର. : ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ତରଫରୁ ଚୋରା ଚାଲାଣ ହେଉଥିବା ଏକ ଧଳା ଜହର (ବ୍ରାଉନ ସୁଗାର) ଗ୍ୟାଙ୍ଗକୁ ଧରାଯାଇଛି ।

ବିଭାଗୀୟ ସୁଚନା ଅନୁଯାୟୀ, ଧଳା ଜହର ଚାଲାଣ ହେଉଥିବାର ଖବର ପାଇ ଧନୁପାଲି ପୁଲିସ ସହାୟତାରେ ସ୍ଥାନୀୟ ଜେଲଖାନା ଛକ ଠାରେ ଯାଞ୍ଚ କରାଯାଇଥିଲା । ସେହି ସମୟରେ ଏକ ଦାମିକୀଆ କାରକୁ ଅଟକାଇ ତନଖି କରାଯାଇଥିଲା। ଯାଞ୍ଚ ସମୟରେ ବରଗଡ଼ ଜିଲ୍ଲା ନିବାସୀ ଚୈତନ୍ୟ ମଲ୍ଲିକ (୩୫), ସୁଶାନ୍ତ ବାରିକ (୨୪), ଗିରିଜା ଶଙ୍କର ତ୍ରିପାଠୀ (୪୪) ଏବଂ ହେମନ୍ତ ଦେବତା (୫୧)ଙ୍କ ନିକଟରୁ ୩୭ ଗ୍ରାମ ଧଳା ଜହର ଏବଂ ଗୋଟିଏ ସ୍ମାର୍ଟ ମୋବାଇଲ ଫୋନ ଜବତ କରାଯାଇଥିଲା। ଏଣୁ ଏକ ମାମଲା ରୁଜୁ କରାଯାଇ ଧଳା ଜହର, କାର ଓ ମୋବାଇଲ ଫୋନ ଗୁଡିକୁ ଜବତ କରାଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ପ୍ରଦାନ କରିଛି ।

 

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...