ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୫/୦୧) : ଟ୍ରାକ୍ଟରରେ ଧାନ ଅମଳ ମେସିନ୍ ନେଇ ଯାଉଥିବା ବେଳେ ନାଳରେ ଓଲଟି ପଡ଼ିଥିଲା । ଯାହାଫଳରେ ଟ୍ରାକ୍ଟରରେ ବସିଥିବା ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି ।
ଆଜି ଏପରି ହୃଦୟବିଦାରକ ଘଟଣା ଯାଜପୁର ରୋଡ୍ ଥାନା ଅଞ୍ଚଳରେ ଘଟିଛି । ଟ୍ରାକ୍ଟରରେ ଧାନ ଅମଳ ମେସିନ୍ ଲୋଡ୍ କରି ଏକ ଟ୍ରାକ୍ଟର ଯୋଡ଼ାବର ଅଞ୍ଚଳକୁ ଯାଇଥିଲା । ସେହି ଟ୍ରାକ୍ଟରରେ ବସିଥିଲେ ମାଝୀସାହିର ରାଜୁ ହାଂସଦାଙ୍କ ଝିଅ ଦୁଲାରୀ ହାଁସଦା ଓ ରାଣୀ ହାଁସଦା । ଟ୍ରାକ୍ଟରଟି ନାଳରେ ଓଲଟି ପଡ଼ିଥିଲା । ଆଉ ଟ୍ରାକ୍ଟର ତଳେ ଚାପି ହୋଇଥିଲେ ଦୁଇ ଭଉଣୀ । ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ଯାଜପୁର ରୋଡ଼ ଥାନା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।