ସୁବର୍ଣ୍ଣପୁର, (୨୪/୦୪) ଆ.ପ୍ର : ଅଜଣା ରୋଗ ରେ ଧାନ ଫସଲ ନଷ୍ଟ ହେଉଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ପ୍ରାଥମିକ ସେବା ସମବାୟ ସମିତି ର ବିଭିନ୍ନ ଚାଷୀ ସଂଗଠନ ର ଶତାଧିକ ଚାଷୀ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l
ଧାନ ଫସଲ କ୍ଷୟ କ୍ଷତି ର ଉଚିତ ପ୍ରାପ୍ୟ , ଅଜଣା ରୋଗ କୁ ଚିହ୍ନଟ କରି ସବସିଡି ରେ କୀଟ ନାଶକ ଔଷଧ ଯୋଗାଇବା, ଓ କ୍ଷୟ କ୍ଷତି ର ସଠିକ୍ ଆକଳନ ସହ ଉଚ୍ଚ ସ୍ତରୀୟ ତଦନ୍ତ କରି ଶୀଘ୍ର ଫସଲ ବୀମା ଯୋଗାଇବାକୁ ଦାବୀ କରି ଏହି ଚାଷୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିବା ସହ ଜିଲ୍ଲା କୃଷି ବିଭାଗର ଡେପୁଟି ଡାଇରେକ୍ଟର ଙ୍କୁ ମଧ୍ୟ ଦାବୀ ପତ୍ର ପ୍ରଦାନ କରିଥିଲେ ଓ ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଙ୍କ ସହିତ ଚାଷୀ ନେତା ମାନେ ଆଲୋଚନା କରିଥିଲେ l
ରାମପୁର ପ୍ରାଥମିକ ସେବା ସମବାୟ ସମିତି ର ସଭାପତି ଉମେଶ ପୁଝାରୀ, ସଂପାଦକ ସରୋଜ ମେହେର, ଉପଦେଷ୍ଟା କୃପା ସିନ୍ଧୁ ପୁଝାରୀ, ସରପଞ୍ଚ ମନୋଜ ପୁରୋହିତ ଙ୍କ ନେତୃତ୍ବ ରେ ରାମପୁର, କଟାପାଲି, ଅମନମୁଣ୍ଡା, ନାଇକେନପାଲି, ଷଣ୍ଢଟିକ୍ରା, ତେଲି ଟିକ୍ରା ଗାଁ ର ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l