ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ମଇ ୧୪ ତାରିଖରୁ ଆରମ୍ଭ ହେବ ରବିଋତୁ ଧାନକିଣା ବିକା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ବୁଧବାର ବରଗଡ଼ ଜିଲ୍ଲାପାଳଙ୍କ କନଫରେନ୍ସ ହଲ ଠାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ବରଗଡ଼ କୃଷି ଅଧିକାରୀ ଓ ଜିଲ୍ଲାର ଚାଷୀ ଓ ଚାଷୀ ସଂଗଠନ ସହ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ ।
ଚଳିତ ରବିଋତୁରେ ଧାନ କିପରି ସୁରୁଖୁରୁ ରେ ଉଠିବ ଏବଂ ଚାଷୀ ବିନା ସମସ୍ୟାରେ ଧାନ କିପରି ବିକ୍ରି କରିପାରିବେ ସେନେଇ ଆଲୋଚନା କରାଯାଇଥିଲା । କୌଣସି ସ୍ଥାନରେ କଟନୀ ଛଟନୀ ହେଲେ ପ୍ରଶାସନକୁ ଚାଷୀ ମାନେ ଜଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।