ସୋର, (୨୬/୦୬) : ଆପ୍ର. : ଧାର ଟଙ୍କା ମାଗିବାରୁ ସ୍ୱାମୀକୁ ହତ୍ୟା । ଅଭିଯୋଗ ଆଣିଲେ ମୃତକଙ୍କ ସ୍ତ୍ରୀ । ପାନ ଦୋକାନୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଛି ।
ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଖଇରା ବଜାରରୁ ଆସିଛି ଅଭିଯୋଗ । ମୃତକ ହେଲେ ପୁରୁଷୋତ୍ତମପୁର ଗାଁ’ର ଜୟକୃଷ୍ଣ ସାହୁ । ଦୋକାନୀ ବସନ୍ତ ବେହେରାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଖଇରା ପୋଲିସ । ପ୍ରଥମେ ଉଧାର ଟଙ୍କାକୁ ନେଇ ଜୟକୃଷ୍ଣଙ୍କ ସହ ଦୋକାନୀ ବସନ୍ତଙ୍କର ବଚସା ହୋଇଥିଲା । ପରେ ଦୋକାନୀ ଜୟକୃଷ୍ଣକୁ ମାଡ଼ ମାରି ତଳେ ପକାଇ ଦେଇଥିଲେ । ସ୍ଥାନୀୟ ଲୋକେ ଜୟକୃଷ୍ଣକୁ ଖଇରା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବସନ୍ତଙ୍କ ଘର ଖଇରା ଥାନା ବଣପାରିଆ ଗାଁ’ରେ ହୋଇଥିବା ବେଳେ ସେ ଖଇରା ବଜାରରେ ଏକ ପାନ ଦୋକାନ କରିଥିଲେ । କିଛି ଦିନ ପୂର୍ବରୁ ବସନ୍ତ ଜୟକୃଷ୍ଣଙ୍କ ଠାରୁ ୪୦ ହଜାର ଟଙ୍କା ଉଧାର ଟଙ୍କା ମାଗିବାରୁ ବସନ୍ତ ତାକୁ ମାରିଦେଇଥିବା ନେଇ ସ୍ତ୍ରୀ ପୋଲିସ ରେ ଅଭିଯୋଗ କରିଛନ୍ତି । ସ୍ତ୍ରୀଙ୍କ ଅଭିଯୋଗ ପରେ ପୋଲିସ ଥାନାରେ ପାନ ଦୋକାନୀକୁ ଅଟକ ରଖି ପଚରାଉଚରା କରୁଛି ।