32.9 C
Balāngīr
Tuesday, May 20, 2025

ଧୁମଧାମରେ ଶେଷ ହେଲା ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ବ୍ରହ୍ମପୁର, (୨୯/୦୪) : ଆପ୍ର. : ବିଶ୍ୱାସ ଅଛି ତ ଧର୍ମ ଅଛି, ଧର୍ମ ଅଛି ତ ଆଧ୍ୟାତ୍ମିକ ଚେତନା ମଧ୍ୟ ଅଛି । ଏସବୁ ଦେଖିବାକୁ ମିଳିଥାଏ ବହୁ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଆମ ସଂସ୍କୃତି ଓ ଆମ ପରମ୍ପରାରେ ।

ଆଉ ତାର ଅଂଶ ବିଶେଷ ହେଉଛି ବ୍ରହ୍ମପୁର ସହରରେ ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ଏହି ଯାତ୍ରାରେ ଯୋଡ଼ି ହୋଇ ରହିଛି ଅନେକ ପରମ୍ପରା, ସଂସ୍କୃତି ଓ ବିଶ୍ୱାସ । ତେବେ ବହୁ ଧୁମଧାମରେ ଶେଷ ହୋଇଛି ମା’ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା । ପ୍ରତି ଦୁଇ ବର୍ଷକୁ ଥରେ ବ୍ରହ୍ମପୁରରେ ପାଳିତ ହୋଇଥାଏ ମା’ ବୁଢ଼ୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ଏହି ଅବସରରେ ମା’ ସାଆନ୍ତାଣୀ ଝିଅ ରୂପେ ଯାଇଥାନ୍ତି ବାପ ଘରକୁ । ଚଳିତ ଯାତ୍ରାରେ ମା’ ଗତ ୩ ତାରିଖରେ ବିରାଟ ପଟୁଆରରେ ବାପ ଘରେ ବିଜେ କରିଥିଲେ ।

ଦୀର୍ଘ ୨୬ ଦିନ ଧରି ବାପ ଘରେ ଲୀଳା ଖେଳ ସାରି ମା’ ଗତକାଲି ବିଳମ୍ବିତ ରାତିରେ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ଢୋଲ ମହୁରୀ, ଚାଙ୍ଗୁ ବାଜାର ପଟୁଆରରେ ଶାଶୂ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମା’ ମହୁରୀଗଡ଼ ରାଜବାଟି ଓ ମାଉସୀ ମା’ ଘର ହୋଇ ଫେରିଥଲେ । ମା’ଙ୍କ ମୁଖ୍ୟ ଘଟ ପଛରେ ହଜାର ହଜାର ମହିଳା ଶ୍ରଦ୍ଧାଳୁଙ୍କ ଘଟ ଏକ ମନ୍ତ୍ରମୁଗ୍ଧ ପରିବେଶ ସୃଷ୍ଟି କରିଥିଲା l ଆସନ୍ତା ଦୁଇ ବର୍ଷ ଯାଏଁ ମା’ଙ୍କ ଯାତ୍ରା ପାଇଁ ଏବେ ପୁଣି ଥରେ ଅପେକ୍ଷା କରିବାକୁ ହେବ । ୨ବର୍ଷ ପରେ ପୁଣି ଆସିବେ ମା’।

ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ ଯାତ୍ରା ଦର୍ଶନ କରିବା ସହ ଭକ୍ତି ସହକାରେ ପୂଜା କଲେ ଭକ୍ତଙ୍କ ସମସ୍ତ ମାନସିକ ପୂରଣ ହୋଇଥାଏ । ଏଥିପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କ ମହଲରେ ଉତ୍ସାହ ଓ ଉଦ୍ଦିପନା ଦ୍ୱିଗୁଣିତ ହୋଇଥିବାର ଦେଖିବାକୁ ମିଳିଥିଲା । ଆୟୋଜିତ ହୋଇଥିବା ମା’ଙ୍କ ଯାତ୍ରା, ସାହି-ପରିକ୍ରମା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମୀନା-ବଜାର ମେଳାକୁ ସ୍ଥାନୀୟ କମିଟି ଏବଂ ପୋଲିସ ଓ ପ୍ରଶାସନ ପକ୍ଷରୁ ସଠିକ୍ ଢଙ୍ଗରେ ପରିଚାଳନା କରାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...